You are currently viewing ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା: ବନ୍ଧାହେଲେ ଶର୍ମିଷ୍ଠା

ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା: ବନ୍ଧାହେଲେ ଶର୍ମିଷ୍ଠା

ଭୁବନେଶ୍ୱର(ଏଏନଏସ)୨୮/୦୩, ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ । ଶର୍ମିଷ୍ଠାଙ୍କ ସହ ସହଯୋଗୀ ଝୁନା ଭୋଇ ମଧ୍ୟ ଗିରଫ ହୋଇଛନ୍ତି । କ୍ରାଇମବ୍ରାଞ୍ଚ ଟିମ ଉଭୟଙ୍କୁ ଭଦ୍ରକ ଜିଲ୍ଲା ନଳାଙ୍ଗରୁ ଗିରଫ କରିଛି । ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚ ମିଳିତ ଉଦ୍ୟମରେ ଉଭୟଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ ଉଭୟଙ୍କୁ ଆଜି ଚାନ୍ଦବାଲି JMFC କୋର୍ଟରେ ହାଜର କରାଯିବ । ସେମାନଙ୍କ ଠାରୁ ଅଧିକ ତଥ୍ୟ ହାସଲ କରିବା ପାଇଁ ପୋଲିସ ୧୦ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ ବୋଲି ଜଣାପଡିଛି । ତେବେ ପୂର୍ବରୁ ପୋଲିସ ଏହି ମାମଲାରେ ୫ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ପୂର୍ବତନ OIS ନିରଞ୍ଜନ ସେଠୀ ମଧ୍ୟ ରହିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।