You are currently viewing ମୁମୂର୍ଷୁ ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର

ମୁମୂର୍ଷୁ ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର

ନୂଆପଡ଼ା(ଏଏନଏସ)୧୯/୦୨: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଅନେକ ହିଂସାତ୍ମକ କାର୍ଯ୍ୟକଳାପ ଦେଖିବାକୁ ମିଳୁଛି । ଏହାରି ଭିତରେ ଆଜି ହାତ ଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ଜଣେ ସରପଞ୍ଚ ପ୍ରାର୍ଥୀ । ସୁନାରିସିକୁଆଁ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ରୂପେ ଚୁଳମଣି ବୈଠାରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ତାଙ୍କୁ ଗତକାଲି ପ୍ରଥମେ ଅପହରଣ କରାଯାଇଥିଲା। ଗତକାଲି ସେ ଘରକୁ ନ ଫେରିବା କାରଣରୁ  ଚୁଳମଣିଙ୍କୁ ଘରଲୋକେ ଖୋଜିଖୋଜି ନ ପାଇ ନିରାଶ ହୋଇଥିଲେ। ଆଜି ସକାଳୁ ତାଙ୍କୁ ହାତଗୋଡ଼ ବନ୍ଧା ଅବସ୍ଥାରେ କିଛି ଗାଇ ଚରାଳି ଦେଖିଥିବାକୁ ପାଇଥିଲେ। ଘରଠାରୁ ପ୍ରାୟ ୧ କିମି ଦୂର ରାସ୍ତାକଡ଼ରୁ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ ଚୁଳମଣିଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି । ତେବେ ଗତକାଲି ରାତିରୁ ଚୁଳମଣି ଆଉ ଘରକୁ ଫେରିନଥିଲେ । ହାତ ଓ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କୁ ଖଡ଼ିଆଲ SDH ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଚୁଳମଣିଙ୍କୁ କିଏ ଓ କାହିଁକି ହାତଗୋଡ଼ ବାନ୍ଧି ପକାଇଥିଲା, ତାହା ଅସ୍ପଷ୍ଟ ରହିଛି । ହେଲେ ସ୍ଥାନୀୟ ଅୁଂଳରେ ଚର୍ଚ୍ଚା ହେଉଛି ଆସନ୍ତା କାଲି ତୃତୀୟ ପର୍ଯ୍ୟୟ ଭୋଗ ଗ୍ରହଣ ଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କିଏ ଏପରି କାର୍ଯ୍ୟ କରିଥିବ । 

ଅନ୍ୟମାନଙ୍କୁ ଜଣାନ୍ତୁ।