You are currently viewing ସ୍କୁଲ ଅଟୋକୁ ପିଟିଲା ଟ୍ରକ

ସ୍କୁଲ ଅଟୋକୁ ପିଟିଲା ଟ୍ରକ

  • Post category:ଓଡିଶା
  • Reading time:1 mins read

ରାୟଗଡା(୧୦.୯.୨୨) : ରାୟଗଡାର ମୁନିଗୁଡା ଥାନା ଅନ୍ତର୍ଗତ ହାଟ ଦହିଖାଲ ନିକଟରେ ସଡକ ଦୁର୍ଘଟଣା ହୋଇଛି । ଏକ ଟ୍ରକ ଅଟୋ ମୁହାଁ ମୁହିଁ ହୋଇଛି । ଏହି ଘଟଣାରେ ୭ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତ୍ୱର ହୋଇଛି । ଆହତ ମାନଙ୍କୁ ମୁନିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ମାନଙ୍କ ମଧ୍ୟରେ ୪ ଜଣ ଛାତ୍ର ଥିବା ବେଳେ ୨ ଜଣ ଛାତ୍ରୀ ଅଛନ୍ତି । ସେମାନେ ବିଦ୍ୟାଳୟକୁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଟ୍ରକ ଡ୍ରଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।