You are currently viewing କାର୍ତ୍ତିକ ମାସର ତୃତୀୟ ସୋମବାର, ଧବଳେଶ୍ୱରଙ୍କ ପୀଠରେ ୧୪୪ ଧାରା ଜାରି

କାର୍ତ୍ତିକ ମାସର ତୃତୀୟ ସୋମବାର, ଧବଳେଶ୍ୱରଙ୍କ ପୀଠରେ ୧୪୪ ଧାରା ଜାରି

ଆଠଗଡ଼(ଏଏନଏସ) ୦୮.୧୧.୨୦୨୧,  ଆଜି ହେଉଛି କାର୍ତ୍ତିକ ମାସର ତୃତୀୟ ସୋମବାର । ବାବା  ଧବଳେଶ୍ୱରଙ୍କ ପୀଠରେ ୧୪୪ ଧାରା ଜାରି ହୋଇଛି । ଭିଡ଼କୁ ଦୃଷ୍ଟିରେ ରଖି ଭୋର ୪ଟାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ।  କରୋନା କଟକଣାକୁ ଦୃଷ୍ଟିରେ ରଖି କାର୍ତ୍ତିକ ବ୍ରତଧାରୀ ଓ ଶ୍ରଦ୍ଧାଳୁ ପୀଠକୁ ନ ଆସିବାକୁ ବାରଣ କରାଯାଇଛି ।ତେବେ ଚଳିତ ବର୍ଷ କରୋନା କଟକଣା ପାଇଁ ପ୍ରଥମ ଓ ଦ୍ୱିତୀୟ ସୋମବାର ପରି ତୃତୀୟ ସୋମବାର ମଧ୍ୟ ବାବା ଧବଳେଶ୍ଵରଙ୍କ ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ। ତେବେ ମନ୍ଦିରରେ ଭକ୍ତଙ୍କ ବିନା ନିତିକାନ୍ତି ପାଳନ କରାଯିବ । ଅନ୍ୟ ପଟେ ପୂଜକ ସମିତି ପକ୍ଷରୁ ଭୋର୍ ୪ଟାରୁ ପହଡ ଖୋଲାଯିବା ପରେ ସୁବାସିତ ୧୦୮ ଜଳରେ ବାବାଙ୍କୁ ସ୍ନାନ ପରେ ମଙ୍ଗଳାଆଳତୀ, ସକାଳ ଧୂପ, ଆଦି ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।