You are currently viewing ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(୯.୧୧.୨୨) : ଆସନ୍ତା ୧୦ ତାରିଖରେ ଓଡିଶା ଆସିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା କଡାକଡି କରିଛି କମିଶନରେଟେ ପୋଲିସ । ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।  ପୋଲିସ ଛାଉଣୀରେ ରହିବ ବିମାନବନ୍ଦରରୁ ରାଜଭବନ। ମୁତୟନ ହେବେ ୫୫ ପ୍ଲାଟୁନ୍ ଫୋର୍ସ। ୩ ଶହ ଜଣ ବରିଷ୍ଠ ପୁଲିସ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ।ଭୁବନେଶ୍ୱରରେ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ସେ ସବୁ ସ୍ଥାନ ମାନଙ୍କରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କିଭଳି ରହିବ ସୁରକ୍ଷା ବ୍ୟବସ୍ଥା ଆସନ୍ତାକାଲି ଫୁଲ ଡ୍ରେସ୍ ରିହରର୍ସାଲ କରାଯିବ। ଏହା ପୂର୍ବରୁ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ କିଭଳି ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ ତାର ଆଜି ରିହର୍‌ର୍ସଲ କରିଛି ପୁଲିସ।ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଆସନ୍ତାକାଲି ପୁରୀରେ ହେବ କାରକେଡ୍ ରିହର୍‌ର୍ସାଲ। ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପୋଲିସ ଫୋର୍ସ ଯୋଗାଇ ଦେଇଛନ୍ତି। ଶ୍ରୀମନ୍ଦିର ଓ ଶ୍ରୀମନ୍ଦିରରୁ ପୁରୀ ରାଜଭବନ ପର୍ଯ୍ୟନ୍ତ କାରକେଡ୍ ରିହର୍‌ର୍ସାଲ କରାଯିବ। ମନ୍ଦିର ଗସ୍ତ ସମୟ ଅନୁଯାୟୀ କାଲି ସକାଳେ ରିହର୍‌ର୍ସାଲ କରାଯିବ। ପୋଲିସ  ପକ୍ଷରୁ ସୁରକ୍ଷାକୁ ନେଇ ପ୍ରସ୍ତୁତି ବୈଠକ କରାଯାଇଛି। ଅନ୍ୟପଟେ ରାଷ୍ଟ୍ରପତିଙ୍କ ଠାକୁର ଦର୍ଶନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ପ୍ରୋଟକଲ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।