You are currently viewing ସେମିଳିଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ସେମିଳିଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

  • Post category:ଓଡିଶା
  • Reading time:1 mins read

ସେମିଳିଗୁଡା(ଏଏନଏସ) ୧୨/୦୪, ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରାୟୋଜିତ ଆତ୍ମସୁରକ୍ଷା ତାଲିମ ଶିବିର ସେମିଳିଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଏସ ଡି ଟି ପି ସଂଯୋଜିକା ଡ଼ ବିଦ୍ୟୁତ ପ୍ରଭା ରାଉତ ଏବଂ ସୁକାନ୍ତ ପ୍ରଧାନଙ୍କ ତତ୍ଵବଧାନରେ ୧୦୧ ଛାତ୍ରୀ ଗତ ୮ ଦିନ ଧରି ୩ ଜଣ ଟ୍ରେନରଙ୍କ ସହାୟତାରେ ଆତ୍ମ ସୁରକ୍ଷା ତାଲିମ ନେଉଥିଲେ । ଆଜିର ଏହି ଉଦଯାପନି ସମରୋହରେ ଅଧକ୍ଷ ଶ୍ରୀ ନିଳାଞ୍ଚଳ ଆଚାର୍ଯ୍ୟ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଅଧ୍ୟାପକ ଶ୍ରୀ ସିବାସୀଷ ପଟ୍ଟନାୟକ ଅତିଥି ପରିଚୟ କରାଇଥିଲେ । ମୁଖ୍ୟ ଅତିଥି ରୂପେ ସୁନାବେଡା ପୋୖର ପରିଷଦର ଅଧକ୍ଷ ଡ଼ ରାଜେନ୍ଦ୍ର କୁମାର ପାତ୍ର ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ନିମନ୍ତେ ସଚେତନ ଏବଂ ଉତ୍ସାହିତ କରିଥିଲେ।

ମହା ବିଦ୍ୟାଳୟ ପରିଚାଳନ କମିଟିର ସଭାପତି ଡ଼ ପ୍ରଦୀପ କୁମାର ବେହେରା ସଂମ୍ମାନୀତ ଅତିଥି ଅତିଥି ଭାବେ ଯୋଗଦେଇ ଛାତ୍ରୀ ମାନଙ୍କୁ ଆତ୍ମସୁରକ୍ଷାର ଆବଶ୍ୟକତା ସମ୍ପର୍କରେ କହିଥିଲେ। ସୁନାବେଡା କୋବ୍ରା ବାଟାଲିୟନର ଡେପୁଟି କମାଣ୍ଡାଣ୍ଟ ଶ୍ରୀ ହରି ସିଂ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଆତ୍ମସୁରକ୍ଷାର ମହତ୍ଵ ,ଆବଶ୍ୟକତା ଏବଂ ଆତ୍ମ ନିର୍ଭରଶୀଳ ହେବାର ବିଭିନ୍ନ କୌଶଳ ସମ୍ପର୍କରେ ଅବଗତ କରିଥିଲେ । ଏହି ଅଵସରରେ ତାଲିମ ପ୍ରାପ୍ତ ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡ଼ ଝାଂନସି ସିଂହ ,ଗୀତା ପଟ୍ଟନାୟକ ,ବାସନ୍ତୀ ଶ୍ରୀ, ଜ୍ୟୋତ୍ସ୍ନା ଦାସ,ଜଉ ଦାସ, ପିଙ୍କି ଜୈନ, ବବିତା ମିଶ୍ର ପ୍ରମୁଖ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ। ଡ଼ ବିଦ୍ୟୁତ ପ୍ରଭା ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀ ସୁକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।