You are currently viewing ଚାକିରିରୁ ବିଦାହେଲେ ବରିଷ୍ଠ କିରାଣି

ଚାକିରିରୁ ବିଦାହେଲେ ବରିଷ୍ଠ କିରାଣି

ମାଲକାନଗିରି, ଜାଲ ଜାତି ପ୍ରମାଣ ଦେଇ ସରକାରୀ ଚାକିରି କରିଥିବା ଅଭିଯୋଗରେ ମାଲକାନଗିରି ଜିଲ୍ଲାରେ ଜଣେ ବରିଷ୍ଠ କିରାଣିଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଜିଲ୍ଲାର ବରିଷ୍ଠ କିରାଣି ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ଜିଲ୍ଲାପାଳ ଜାଲିଆତି ଅଭିଯୋଗରେ ଚାକିରିରୁ ବହିଷ୍କାର କରିଛନ୍ତି । ତାଙ୍କ ବିରୋଧରେ ଜାଲିଆତି କରି ଜାତି ପ୍ରମାଣପତ୍ର କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ହେବା ପରେ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଏହାର ଖୋଳତାଡ଼ କରାଯାଇଥିଲା। ତାଙ୍କ ବିରୋଧରେ ଅଭିଯୋଗ ସତ୍ୟ ପ୍ରମାଣ ହେବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହ ଚାକିରିକାଳ ମଧ୍ୟରେ ନେଇଥିବା ସମସ୍ତ ଟଙ୍କା ଫେରାଇବାକୁ ନୋଟିସ ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।