You are currently viewing ଆରପାରିରେ ବରିଷ୍ଠ ନେତା ସୁରେନ୍ଦ୍ର ନାୟକ : ୯୩ବର୍ଷ ବୟସରେ ଦେହାନ୍ତ

ଆରପାରିରେ ବରିଷ୍ଠ ନେତା ସୁରେନ୍ଦ୍ର ନାୟକ : ୯୩ବର୍ଷ ବୟସରେ ଦେହାନ୍ତ

ଏଏନଏସ : ଆରପାରିରେ ବରିଷ୍ଠ ନେତା ସୁରେନ୍ଦ୍ରନାଥ ନାୟକ । କାକଟପୁର ନିର୍ବାଚନ ମଣ୍ଡଳୀର ୭ଥର ବିଧାୟକ ସୁରେନ୍ଦ୍ରନାଥ ନାୟକଙ୍କ ପରଲୋକ ଘଟିଛି । ଆଜି ସକାଳ ୬ଟାରେ ଭୁବନେଶ୍ୱର ସ୍ଥିତ ବାସଭବନରେ ୯୩ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ ବୋଲି ସୂଚନା ମିଳିଛି ।

ବିଜେଡି ଦଳର ମନ୍ତ୍ରୀ ଥିଲେ ସୁରେନ୍ଦ୍ର ନାୟକ । କାକଟପୁର ତଥା ଓଡିଶାର ଲୋକପ୍ରିୟ ନେତା ଥିଲେ ସୁରେନ୍ଦ୍ର । ତାଙ୍କର ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।