similipal

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିମିଳିପାଳ 

  • Post category:ଓଡିଶା
  • Reading time:1 mins read

ଏଏନଏସ: ପାଖାପାଖି ଗୋଟିଏ ମାସ ବନ୍ଦ ରହିବା ପରେ ଖୋଲିଛି ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଶିମିଳିପାଳ। ଶିମିଳିପାଳ ଖୋଲିବା ନେଇ ନିକଟରେ ପ୍ରଶାସନିକ ସ୍ତରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏନେଇ ବର୍ତ୍ତମାନ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ପୂର୍ବରୁ ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ୪ ଦଫା ଦାବି ସହିତ ଆନ୍ଦୋଳନ ହୋଇଥିଲା । ସେଥିରେ ଭିତ୍ତିଭୂମି ବିକାଶ ନେଇ ବିଭିନ୍ନ ଦାବି ହୋଇଥିଲା । ସେମଧ୍ୟରେ ରହିଥିଲା ମୁଖ୍ୟ ରାସ୍ତାରେ ମୋରମ ପକାଇବା ଏବଂ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ପ୍ରକାରର ସୁବିଧାଜନକ କାର୍ଯ୍ୟକ୍ରମ କରିବା । ଏ ସମ୍ପର୍କରେ ପ୍ରଶାସନକୁ ପୂର୍ବରୁ ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ପରେ ପ୍ରଶାସନ ଏନେଇ ଆଲୋଚନା କରିବା ସହିତ ଦାବିପୂରଣ ନେଇ ପ୍ରତିଶୃତି ଦେଇଥିଲା । କିଛିଦିନ ତଳେ ପର୍ଯ୍ୟଟକମାନେ ଯିବା ରାସ୍ତାକୁ ମୋରମ ପକାଯାଇ ଠିକ୍ କରାଯାଇଛି । ଏଥିସହ ଅନ୍ୟ ସବୁ କାର୍ଯ୍ୟ ଶୀଘ୍ର ହେବ ବୋଲି ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।