You are currently viewing ସ୍ମାର୍ଟ ମିରର; ନିର୍ଦ୍ଦେଶ ଦେଲେ ସବୁକଥା ମାନିବ

ସ୍ମାର୍ଟ ମିରର; ନିର୍ଦ୍ଦେଶ ଦେଲେ ସବୁକଥା ମାନିବ


କଟକ,୨୬/୦୮: ଆଇନା ସବୁ ସତ କୁହେ,ଆଉ ଏବେ ସବୁ ନିର୍ଦ୍ଦେଶ ବି ମାନିବ । ଣୁଣିବାକୁ ଅଜବ ଲାଗିଲେବି ସତ । ଏସି ବନ୍ଦ ହେବ,ଟିଭି କିମ୍ବା ରେଡିଓରୁ ଖବର ଓ ଫିଲ୍ମ ଗୀତ ଶୁଣିହେବ । ଦର୍ପଣ ପାଣିପାଗ ସୂଚନା ଦେବା ସହିତ ସମୟବି ଜଣାଇବ । ଏପରି ଏକ ସ୍ମାର୍ଟ ମିରର କୁ ଭୁବନାନନ୍ଦ ଓଡିଶା ସ୍କୁଲ ଅଫ ଇଂଜିନିୟରିଂ(ବୋସ୍‌)ର ଛାତ୍ର ସ୍ୱାଧୀନ ଦାସ ଓ ତାଙ୍କ ସହଯୋଗୀ ନିର୍ମାଣ କରିଛନ୍ତି । ମିରର ଆଗରେ ଛିଡା ହୋଇ ଯାହା ଭଏସ କମାଣ୍ଡ ଦିଆଯାଉଛି ଠିକ ସେହିଭଳି କାମ କରୁଛ ସ୍ମାର୍ଟ ମିିରର । ଏହି ଦର୍ପଣ କାଚରେ ସମୟ,କ୍ୟାଲେଣ୍ଡର,ଆଗାମୀ ୫ ଦିନର ପାଣିପାଗ ସୂଚା .ଆଧାତ୍ମିକ ବାଣୀ କିମ୍ବା ଉତ୍ସାହଦାୟକ ବାର୍ତ୍ତା ପଢିବା ସହିତ ଗୁରୁତ୍ୱପୂର୍ଣ୍ଣ ଖବରକୁ ପଢିହେବ ।ମଣିଷକୁ ନାମ ଧରି ନିର୍ଦ୍ଦେଶ ଦେଲେ ସେ ଯେପରି କାମ କରେ ଏହି ଦର୍ପଣ ମଧ୍ୟ ନିର୍ଦ୍ଦେଶ ପାଇଲେ କାମ କରିବ । ଲାଇନ ଅନ କହିଲେ ଲାଇଟ ଜଳୁୂଛି । କେବଳ ସେତିକି ନୁହେଁ ଏସି ସମେତ ଟିଭି ଅନ୍ -ଅଫ୍ ବି ହେଉଛି । ଭଏସ କମାଣ୍ଡ ଜରିଆରେ ପାଣିପାଗ ସମ୍ପର୍କିତ ସୂଚନା ,ଗୀତ ଚଲାଇବା ଭଳି ବିଭିନ୍ନ କାମ ହୋଇାପାରୁଛି । ସ୍ୱାଧୀନ ଓ ତାଙ୍କ ଟିମକୁ ସ୍ମାର୍ଟ ମିରର ପ୍ରସ୍ତୁତ କରିବାକୁ ୩ ମାସ ସମୟ ଲାଗିଥିବା ବେଳେ ଏଥିରେ ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଜାଭା ଓ ଫାଇଥର ପରି ଲାଙ୍ଗୁଏଜ ପ୍ରୋଗ୍ରାମିଂ ଏଥିରେ ବ୍ୟବହାର ହୋଇଥିବା ବେଳେ ଆର୍ଟିଫିସିଆଲ ଇଣ୍ଟେଲିଜ୍ସେ, ରାସବେରୀ ପ୍ଲାଏ,ଏଲଇଡି ମନିଟର, ଟୁ ୱେ ମିରର,କାଠ ଫ୍ରେମ ଆଦିରେ ନିର୍ମାଣ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।