You are currently viewing ‘ସ୍ମୃତି ସାନ୍ତ୍ୱନା’ର ଏକାଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

‘ସ୍ମୃତି ସାନ୍ତ୍ୱନା’ର ଏକାଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୧/୧୦,ତ୍ରୟ ମାସିକ ପତ୍ରିକା ‘ସ୍ମୃତି ସାନ୍ତ୍ୱନା’ର ଏକାଦଶତମ ବାର୍ଷିକ ଉତ୍ସବ ଭୁବନେଶ୍ୱରସ୍ଥିତ ସଭାଗୃହରେ ସମ୍ପାଦିକା ସବିତାରାଣୀଙ୍କ ବେହେରାଙ୍କ ଆବାହକତ୍ୱରେ ତା ୨୭/୦୯/୨୦୨୨ରିଖ ସଂନ୍ଧ୍ୟା ୫.୫୦ ସମୟରେ ଅନୁଷ୍ଠିତ ହୋଇଯାଇଛି । ଅତିଥିମାନେ ଦ୍ୱୀପ ପ୍ରଜ୍ୱଳନ କରିବା ସହ ଡ. ପ୍ରତିମାରାଣୀ ମିଶ୍ର ଷଡଙ୍ଗୀ ବେଦପାଠ କରିଥିଲେ । ମୋନିକା ମହାପାତ୍ର ଓ ଚମକ ଚାନ୍ଦନୀ ଦାସ ପ୍ରମୁଖ ସଙ୍ଗୀତ ଗାନ କରିଥିଲେ । ଡ. ଗିତାଶ୍ରୀ ପ୍ରିୟମ୍ବଦାଙ୍କ ଞ୍ଚ ସଞ୍ଚାଳନରେ ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ସମିତାରାଣୀଙ୍କ ଗଳ୍ପଗୁଚ୍ଛ, ‘ଅଜଣା ଠିକଣା’ ପାଠକୀୟ ମନ୍ତବ୍ୟ ରଖିଥିଲେ ଡ. ସୁଷମା ମିଶ୍ର । ଉପସ୍ଥିତ ସମସ୍ତ ଅତିଥି ଓଡିଆ ସାହିତ୍ୟରେ ପତ୍ରପତ୍ରିକାର ଭୂମିକା ବିଷୟରେ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ । ସ୍ମୃତି ସାନ୍ତ୍ୱନା ପତ୍ରିକା ପକ୍ଷରୁ ସମାରୋହର ସମ୍ପାଦିକା ଶୈଳରାଣୀ ମିଶ୍ର , କବିି ମିନାକ୍ଷୀ ସିଂ, କବି କମଳା ମିଶ୍ର, କବି କମଳିନୀ ଦେବୀଙ୍କୁ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଶତାଧିକ କବିଙ୍କ ସମାରୋହରେ ଏକ ସୁନ୍ଦର କବିତା ଆସର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଶେଷରେ ଯୋଗଶ୍ରୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।