You are currently viewing ଶ୍ରୀମନ୍ଦିରରେ ରକ୍ତ ଛିଟା

ଶ୍ରୀମନ୍ଦିରରେ ରକ୍ତ ଛିଟା

ପୁରୀ(ଅନନ୍ତ ସିଂ), ଶ୍ରୀମନ୍ଦିର ଭିତରେ ପୁଣି ପଡିଲା ରକ୍ତର ଛିଟା । ଜଣେ ଜେଟିପିଙ୍କ କାଠଫାଳିଆ ଆକ୍ରମଣରେ ଜଣେ ଜେଟିପି ଗୁରୁତର। ମୁଣ୍ଡରେ ଲାଗିଛି ଗଭୀର ଆଘାତ। ଭିତରକାଠ ନିକଟରେ ଡ୍ୟୁଟି କରୁଥିବା ସମୟରେ ଘଟିଛି ଏହି ଘଟଣା। ଶ୍ରୀମନ୍ଦିର ଭିତରେ ସାମାନ୍ୟ ବଚସାରୁ ଖଣ୍ଡଯୁଦ୍ଧ ହୋଇଥିଲା ।

ଜଣେ ଉତକ୍ଷିପ୍ତ ହୋଇ ସେଠାରେ ପଡିଥିବା କାଠଫାଳିଆରେ ଅନ୍ୟ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଆହତ ଜେଟିପି ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୁଣ୍ଡରେ ଦୁଇଟି ଷ୍ଟିଚ୍ ପଡିଥିବା ଜଣାପଡ଼ିଛି। ଭିତରକାଠ ନିକଟରେ ରକ୍ତର ଛିଟା ପଡିଥିବାରୁ ମହାପ୍ରଭୁଙ୍କର ବଡ ମହାସ୍ନାନ ହୋଇଛି । ଦିନ ୧ଟା ୫୦ମିନିଟରେ ଘଟିଥିଲା ଏହି ଘଟଣା ।

ଆହତ ଜେଟିପି ମନୋଜ ପାଣିଗ୍ରାହୀ ବୋଲି ଜଣାପଡିଛି। ତେବେ ଏପର୍ଯ୍ୟନ୍ତ ସିଂହଦ୍ଵାର ଥାନାରେ ଏନେଇ କେହି ଏତଲା ଦେଇନାହାନ୍ତି। ସେପଟେ ଆକ୍ରମଣ କରିଥିବା ଗଙ୍ଗା ପ୍ରଧାନ ବାହାରେ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି। ତେବେ ଆଜି ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ବେଳେ ଭିତରକାଠ ନିକଟରେ ଅର୍ଥାତ ମହାପ୍ରଭୁଙ୍କ ସମ୍ମୁଖରେ ଦୁଇଜଣ ଜେଟିପି କିଭଳି ରକ୍ତାକ୍ତ ସଂଘର୍ଷ ଘଟିଲା ତାହା ସମସ୍ତଙ୍କୁ ବିବ୍ରତ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।