You are currently viewing ହଟିଲା କିଓସ୍କ, ଏଣିକି ବିନା କଟକଣାରେ ଜଗା ଦର୍ଶନ

ହଟିଲା କିଓସ୍କ, ଏଣିକି ବିନା କଟକଣାରେ ଜଗା ଦର୍ଶନ

ପୁରୀ(ଅନନ୍ତ ସିଂ)୨୧.୦୨.୨୦୨୨, ଆଜିଠାରୁ କୋହଳ ହୋଇଛି ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା । ହଟିଲା କିଓସ୍କ କାଉଣ୍ଟର । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ କୋଭିଡ୍ ପ୍ରମାଣପତ୍ର ଦେଖାଇବାକୁ ପଡୁନାହିଁ । ଶ୍ରୀମନ୍ଦିର ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ଵାଗତ କରିଛନ୍ତି ଶ୍ରଦ୍ଧାଳୁ। ତେବେ ପୂର୍ବ ପରି ପ୍ରତି ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ। ଦ୍ୱାର ଫିଟାରୁ ରାତ୍ର ପହୁଡ଼ ନେଇ ସମସ୍ତ ନୀତି କିଭଳି ଆହୁରି ଶୃଙ୍ଖଳିତ ହେବ ସେନେଇ ପରବର୍ତ୍ତୀ ସମୟରେ ଆଲୋଚନା କରାଯିବ। ୧୦ ତାରିଖ ମଧ୍ୟରେ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରାଯାଇ ସେତେବେଳର ସ୍ଥିତି ଦେଖି ସାଧାରଣ ଭକ୍ତଙ୍କ ପାଇଁ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ କି ଖୋଲା ରହିବ ସେନେଇ ନିଷ୍ପତି ନିଆଯିବ ବୋଲି ଗତ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି।‌

ଅନ୍ୟମାନଙ୍କୁ ଜଣାନ୍ତୁ।