You are currently viewing ଆଜି ଶ୍ରୀମନ୍ଦିରକୁ ଯିବ ପ୍ରଥମାଷ୍ଟାମୀ ଭାର

ଆଜି ଶ୍ରୀମନ୍ଦିରକୁ ଯିବ ପ୍ରଥମାଷ୍ଟାମୀ ଭାର

  • Post category:ଓଡିଶା
  • Reading time:1 mins read


ପୁରୀ (ଏଏନଏସ)୧୫/୧୧, କାଲି ପ୍ରଥମାଷ୍ଟମୀରେ ପଢୁଆଁ ହେବେ ବଡ ଠାକୁର । ଏଥିପାଇଁ ଆଜି ମାମୁଁଘର ମାଧବାନନ୍ଦଜିଉଙ୍କ ପୀଠରୁ ପଢୁଆଁ ଭାର ଶ୍ରୀକ୍ଷେତ୍ରରେ ପହଞ୍ଚିବ । କାଲି ପଢୁଆଁ ହେବେ ୩ ଠାକୁର । ଏଥିପାଇଁ ମାଧବାନନ୍ଦଜିଉ ବିକାଶ ପରିଷଦ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମାମୁଁ ଘର ମାଧବାନନ୍ଦଜିଉ ଟ୍ରଷ୍ଟ ଓ ବିକାଶ ପରିଷଦ ତରଫରୁ ଖଣ୍ଡୁଆପାଟ, ବିରି, ଅରୁଆ ଚାଉଳ, ନଡ଼ିଆ, ଘିଅ, ଭୋଗ, କଦଳୀ ଓ ତୁଳସୀପତ୍ର ଧରି ୩୬ ନିଯୋଗ କାନ୍ଧରେ ଧରି ଆଣି ଭଣଜା ନିକଟକୁ ଯିବେ । ଆସନ୍ତାକାଲି ତିନି ଠାକୁର ଖଣ୍ଡୁଆପାଟ ପିନ୍ଧି ପଢ଼ୁଆଁ ହେବେ । ପୁରାଣ ଓ ଲୋକକଥା ଅନୁସାରେ ବଡ଼ ଠାକୁରଙ୍କ ମାମୁଁ ଘର ହେଉଛି କଟକ ଜିଲ୍ଲା ନିଆଳି ଅଂଚଳର ପ୍ରସିଦ୍ଧ ମାଧବାନନ୍ଦଜିଉ । ପ୍ରତିବର୍ଷ ଶ୍ରୀମନ୍ଦିରକୁ ମାଧବାନନ୍ଦଜିଉ ପକ୍ଷରୁ ପଢ଼ୁଆଁ କରାଯାଇଥାଏ । ଆଜି ମାଧବାନନ୍ଦଜିଉ ପୀଠରୁ ଶ୍ରୀକ୍ଷେତ୍ରକୁ ପଢ଼ୁଆଁ ଭାର ପଠାଯିବ । କିମ୍ବଦନ୍ତୀରୁ ଜଣାଯାଏ ଯେ ପୂର୍ବରୁ ରଥଯାତ୍ରାକୁ ମଧ୍ୟ ପ୍ରଥମ ନିମନ୍ତ୍ରଣ ମାଧବ ପୀଠରୁ ଯାଉଥିଲା । ଏହି ନିମନ୍ତ୍ରଣ ରକ୍ଷା କରି ମାଧବ ପ୍ରତିମା ଶୀକ୍ଷେତ୍ର ବିଜେ କରୁଥିଲେ । ବହୁ ବର୍ଷ ଧରି ଏସବୁ ସମ୍ପର୍କ ତୁଟିଯାଇଛି । ତଥାପି ଲୋକ ବିଶ୍ୱାସରେ ମାଧବ ପୀଠରୁ ମହାପ୍ରଭୁ ଶ୍ରୀମନ୍ଦିରକୁ ପଢ଼ୁଆଁ ଭାର ଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।