You are currently viewing ଥାନାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ

ଥାନାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୦୩/୦୬, sdjm କୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିର ଚାରିପାଖ ରେ ବେଆଇନ ନିର୍ମାଣ କୁ ନେଇ ନିର୍ମାଣ କାରୀ ସଂସ୍ଥା ଟାଟା ପ୍ରୋଜେକ୍ଟ , obcc ଓ ପୁରୀ ଜିଲାପାଳ ଙ୍କ ନାମରେ ପୁରୀ ସିଂହ ଦ୍ୱାର ଥାନା ରେ ଏତଲା ରୁଜୁ ହୋଇଛି । ଘଟଣା କୁ ନେଇ ତଦନ୍ତ କରି ସିଂହ ଦ୍ୱାର ଥାନା ପୋଲିସ ସବିଶେଷ ରିପୋର୍ଟ କୋର୍ଟ ରେ ଦାଖଲ ପାଈଁ ନିର୍ଦ୍ଦେଶ ରହିଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ନାଁ ରେ ଶ୍ରୀମନ୍ଦିର ଚାରି ପାଖରେ ବଡ଼ ବଡ଼ ଗର୍ତ ଖୋଳା ଯାଇ ନିର୍ମାଣ କାମ ଆରମ୍ଭ କରିଥିଲେ ରାଜ୍ୟ ସରକାର ।ତେବେ nma ର ନିୟମ ଅନୁଯାୟୀ କୌଣସି ଐତିହ କୀର୍ତ୍ତିରାଜି ର 100 ମିଟର ଭିତରେ କୌଣସି ନିର୍ମାଣ , ଖନନ କାର୍ଯ୍ୟ ହୋଇ ପାରିବ ନାହିଁ । ଏହି ବେଆଇନ କାର୍ଯ୍ୟ ବିରୋଧ ରେ ପୁରୀ ଓକିଲ ସଂଘ ପକ୍ଷରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ କରୁଥିବା ଟାଟା ପ୍ରୋଜେକ୍ଟ , obcc ଓ ପୁରୀ ଜିଲାପାଳ ଙ୍କ ନାମରେ ଏତଲା ଦିଆଯାଇ ଥିଲା।

ତୁରନ୍ତ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ଏତଲା ରେ କୁହାଯାଇଥିଲା। ହେଲେ ପୋଲିସ ଏତଲା ରୁଜୁ କରି ନ ଥିଲା। ଏ ନେଇ ପୁରୀ ଓକିଲ ସଂଘ ପକ୍ଷରୁ ପୁରୀ sdjm କୋର୍ଟ ମାମଲା କରାଯାଇ ଏହି ବେଆଇନ ପ୍ରକଳ୍ପ କାର୍ଯ୍ୟ ରେ ଥିବା ଅଫିସର, କମ୍ପାନୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟ ଙ୍କୁ ପ୍ରାର୍ଥନା କରାଯାଇ ଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।