You are currently viewing ଶୁଭାରମ୍ଭହେଲା  ଷ୍ଟାଟ୍‌ ଅଫ ଇଣ୍ଡିଆ ୨.୦ର

ଶୁଭାରମ୍ଭହେଲା ଷ୍ଟାଟ୍‌ ଅଫ ଇଣ୍ଡିଆ ୨.୦ର

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର: ଷ୍ଟାଟ୍‌ ଅଫ ଇଣ୍ଡିଆ ୨.୦ର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଛନ୍ତି । ଏହା ମାଧ୍ୟମରେ ୬୦ ଦିନରେ ରାଜ୍ୟର ୩୦ଟି ଜିଲ୍ଲାର ଶହେଟି ଶିକ୍ଷାନୁଷ୍ଠାନକୁ ପହଞ୍ଚିବ । ଯୁବବର୍ଗଙ୍କ ମଧ୍ୟରେ ପରିକଳ୍ପନା ଉଦ୍‌ଭାବନ ଓ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବାରେ ଏହା ନୂଆ ପରମ୍ପରା ସୃଷ୍ଟି କରିବ । ଷ୍ଟାଟଅପ୍‌ ଓଡ଼ିଶାର ଏହା ଫ୍ଲାଗସିପ ଇନିସିଏଟିଭ । ଏହା ମାଧ୍ୟମରେ ତୃଣମୂଳ ସ୍ତରରୁ ଦିଗ୍‌ଦର୍ଶନ ସହ ମହିଳା ଉଦ୍ୟୋଗୀ ଓ ଯୁବବର୍ଗଙ୍କ ମଧ୍ୟରେ ଏଣ୍ଟରପ୍ରିନ୍ୟୁୟରସିପକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ରହିଛି ।ଏହି କାର୍ଯ୍ୟକ୍ରମରେ ୫୦ଜଣ ଯୁବ ଷ୍ଟାଟଅପ୍‌ ଫାଉଣ୍ଟର ଉପସ୍ଥିତ ଥିଲେ । ଏହାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁବ ମସ୍ତିଷ୍କଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବକୁ ପରିପ୍ରକାଶ କରିବା ଓ ଯୁବବର୍ଗଙ୍କ ମଧ୍ୟରେ ପରିକଳ୍ପନାର ଭାବ ବିନିୟମ ହୋଇପାରିବ । ୨୦୨୫ ସୁଦ୍ଧା ରାଜ୍ୟରେ ୫ହଜାର ଷ୍ଟାଟଅପ୍‌ ପ୍ରସ୍ତୁତ କରିବାକୁ ମିସନ ରହିଛି। ନୂଆ ପରିକଳ୍ପନାକୁ ଆଗକୁ ଆଣିବାରେ ଷ୍ଟାଟ୍‌ ଅପ୍‌ ୨.୦ ସହାୟକ ହେବ ବୋଲି କୁହାଯାଇଛି । ରାଜ୍ୟରେ ବର୍ତ୍ତମାନ ୧୩ଶହ ସ୍ୱୀକୃତି ପ୍ରାପ୍ତ ଷ୍ଟାଟ୍‌ ଅପ୍‌ କାର୍ଯ୍ୟ କରୁଛି। ଏହା ୧୦ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛି । ରାଜ୍ୟର ୪୦ ପ୍ରତିଶତ ଷ୍ଟାଟ ଅପ୍‌ ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ପରିଚାଳିତ ।

ଅନ୍ୟମାନଙ୍କୁ ଜଣାନ୍ତୁ।