You are currently viewing ସ୍ତ୍ରୀ କୁ ପାଞ୍ଚ ଖଣ୍ଡ କଲା ସ୍ଵାମୀ

ସ୍ତ୍ରୀ କୁ ପାଞ୍ଚ ଖଣ୍ଡ କଲା ସ୍ଵାମୀ

  • Post category:ଓଡିଶା
  • Reading time:2 mins read

ଭୁବନେଶ୍ୱର (ଏ ଏନ୍ ଏସ)୦୬/୦୩, ଏକ ଛାତିଥରା ଘଟଣା ସାମନାକୁ ଆସିଛି । ସ୍ତ୍ରୀକୁ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ନିଜ ଛାତ ଉପରେ ଥିବା ପାଣି ଟାଙ୍କିେ ନେଇ ପକାଇଲା ସ୍ୱାମୀ । ଏଭଳି ଘଟଣା ଘଟିଛି ଛତିଶଗଡ ବିଲାସପୁର ଉସଲାପୁରରେ ।

ମିଳିଥିବା ସୂଚନା ମୁତାବକ, ମୃତ ସ୍ୱାମୀ ପବନ ଠାକୁରଙ୍କ ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ ଥିଲା । ତେଣୁ ସ୍ତ୍ରୀକୁ ହତ୍ୟା କରିବାକୁ ଯୋଜନା କରିଥିଲା ପବନ । ଘରେ କେହି ନଥିବା ସମୟରେ ସ୍ତ୍ରୀକୁ ହତ୍ୟା କରି ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ପାଣି ଟାଙ୍କିରେ ପକାଇଦେଇଥିଲା । କିନ୍ତୁ ପୁଲିସ ଆସି ମୃତଦେହ ଉଦ୍ଧାର କରିବାବେଳକୁ ତାହା ଗଳିତ ହୋଇଯାଇଥିଲା । ପାଖାପାଖି ୨ ମାସ ତଳେ ହତ୍ୟା ଘଟଣା ଘଟିଥିବା ପୁଲିସ ଅନୁମାନ କରିଛି । ଅଭିଯୁକ୍ତ ସ୍ୱାମୀ ଗିରଫ କରାଯାଇ କୋର୍ଟ ପଠାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।