You are currently viewing ମାଷ୍ଟରକ୍ୟାଣ୍ଟିନ ଛକରେ ରାଜନୈତିକ ଦଳର ଧାରଣା

ମାଷ୍ଟରକ୍ୟାଣ୍ଟିନ ଛକରେ ରାଜନୈତିକ ଦଳର ଧାରଣା

ଭୁବନେଶ୍ୱର,୨୩/୦୯,(ଏ ଏନ ଏସ୍‌): ରାଜଧାନୀ ମାଷ୍ଟରକ୍ୟାଣ୍ଟିନ ଠାରେ ୭ଟି ରାଜନୈତିକ ଦଳର ନେତା ମାନେ ଧାରଣାରେ ବସିଛନ୍ତି । ରାଜ୍ୟରେ ସୃଷ୍ଟି ହୋଇଥିବା ବିଭିନ୍ନ ସମସ୍ୟାକୁ ନେଇ ଏହି ଧାରଣ ଦେଇଥିବାର ଜଣାପଡିଛି । ଏହି ଧାରଣାରେ କଂଗ୍ରେସ, ସିପିଆଇ ଓ ସିପିଏମ୍ ଆଦି ଦଳର ନେତୃମଣ୍ଡଳୀ ଧାରଣାରେ ସାମିଲ ହୋଇଛନ୍ତି । ଦେଶରେ ଲାଗୁ ହୋଇଥିବା କୃଷି ଆଇ. ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ସର୍ବପରି ଦେଶ ଓ ରାଜ୍ୟରେ ଆଇନ ଶୃଙ୍ଖଳା ପିରିସ୍ଥିତିକୁ ନେଇ ଏହି ଧାରଣା ଦିଆଯାଇଥିବା ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟଯେ ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା ଭାରତବନ୍ଦକୁ ରାଜ୍ୟବାସୀ ସମର୍ଥନ କରିବାକୁ ଏହି ଧାରଣାରେ ନେତା ମାନେ ଜନସାଧାରଣ ମାନଙ୍କୁ ଅପିଲ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।