You are currently viewing ପ୍ରକୃତି ସଂରକ୍ଷଣ ଦିବସ ପାଳନ କଲେ ଅନ୍ତୁଳିଆ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ

ପ୍ରକୃତି ସଂରକ୍ଷଣ ଦିବସ ପାଳନ କଲେ ଅନ୍ତୁଳିଆ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ

  • Post category:ଓଡିଶା
  • Reading time:1 mins read

ଅନୁଗୁଳ (ଏଏନଏସ)୨୯/୦୭ ,ପ୍ରକୃତି କୋଳରେ ପ୍ରାକୃତିକ ସମ୍ପଦ ଭରରୁର୍ ରହିଛି । ଧରିତ୍ରୀ ମାତା ପ୍ରାକୃତିକ ସମ୍ପଦର ଗନ୍ତାଘର , ମାତ୍ର ମାନବ ସମାଜର ଅତ୍ୟଧିକ ବ୍ୟବହାର ଏବଂ ପରିଚାଳନାଗତ ତ୍ରୁଚି ଯୋଗୁଁ ପ୍ରକୃତି ଭାରସାମ୍ୟ ହରାଇବାରେ ଲାଗିଛି । ପ୍ରକୃତି କୋଳରୁ ବହୁ ଜୈବ ବିବିଧତା ବିଲୁପ୍ତ ପାଉଥିବା ଏବଂ ପରିସଂସ୍ଥାକୁ ପ୍ରଭାବିତ କରୁଥିବା କାରଣ ହୋଇଛି । ପ୍ରକୃତିକୁ ଭଲଭାବେ ଜାଣିବା ଏବଂ ପ୍ରକୃତିର ଗୁରୁତ୍ବକୁ ଉପଲବଧି କରି ପରିଚାଳନାରେ ସାମିଲ୍ ହେବାର ଆବଶ୍ୟକତା ରହୁଛି । ପ୍ରକୃତିରେ ଥିବା ବ୍ୟାପକତା ଜୈବ ବିବିଧତାର ସଂରକ୍ଷଣ ଏବଂ ପ୍ରକୃତିରୁ ମିଳୁଥିବା ପ୍ରାକୃତିକ ସମ୍ପଦ ଓ ଜୈବ ସମ୍ପଦର ଧାରାବାହିକ ବ୍ୟବହାର ଓ ପରିଚାଳନା ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଅଛି । ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ ପାଳନ ଅବସରରେ ଅନ୍ତୁଳିଆ ଉଚ୍ଚ ବିଦ୍ୟାଳୟ ଠାରେ ସଚେତନତା ସଭା ଓ ବିଭିନ୍ନ ପ୍ରତିଯୋଗିତା ଛାତ୍ରଛାତ୍ରୀ ମାନଂକ ମଧ୍ୟରେ ଆୟୋଜନ କରାଯାଇଥିଲା । ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ତଥା ଜଂଗଲପ୍ରେମୀ ରାଜେନ୍ଦ୍ର କୁମାର ପ୍ରଧାନ ପରିଚାଳନା କରିଥିଲେ ।

ଅନ୍ତୁଳିଆ ଗ୍ରାମ ପଂଚାୟତ ସରପଂଚ ମଧୁସ୍ମିତା ସାହୁ , ଅନ୍ତୁଳିଆ ଜୈବ ବିବିଧତା ପରିଚାଳନା ସମିତିର ଅଧ୍ୟକ୍ଷ କୁମୁଦ ଚନ୍ଦ୍ର ପ୍ରଧାନ , ଟାଇଁସି ଜୈବ ବିବିଧତା ପରିଚାଳନା ସମିତିର ଅଧ୍ୟକ୍ଷ ତଥା ବନ୍ୟଜନ୍ତୁ ପ୍ରେମୀ ସୁଶୀଲ୍ କୁମାର ପ୍ରଧାନ ଏବଂ ସମିତିର ସଂପାଦକ ତଥା ଜୈବ ବିବଧତା ବିଶେଷଜ୍ଞ ପ୍ରସନ୍ନ କୁମାର ବେହେରା ପ୍ରମୁଖ ଦୃଷ୍ଟାନ୍ତମୂଳକ ଆଲୋଚନା କରିଥିଲେ । ଜାତିର ଜନକ ମହାତ୍ମା ଗାନ୍ଧୀଂକ ଭକ୍ତିରେ ଧରିତ୍ରୀ ମାତା ଆମକୁ ଆବଶ୍ୟକତା ନେଇ ସବୁ ଦେଇଛି । ଏହାର ସଠିକ୍ ବ୍ୟବହାର ଦରକାର କିନ୍ତୁ ଆମର ଲୋଭାତୁର ମନୋଭାବ ଦ୍ବାରା ଆମର ସମସ୍ୟା ସୃଷ୍ଟି ହେବ । ଏଣୁ ମାନବ ସମାଜ ପ୍ରତ୍ୟେକ ପ୍ରକୃତିକୁ ଜାଣିବାକୁ ହେବ, ତାହାର ସୁରକ୍ଷାରେ ସାମିଲ୍ ହୋଇ ଚିରସ୍ଥାୟୀ ବ୍ୟବହାର ଓ ପରିଚାଳନାକୁ ଆପଣେଇବା ପାଇଁ ପରାମର୍ଶ ଦିଆଯାଇଥିଲା । ଜଂଗଲ ସୁରକ୍ଷା, ବୃକ୍ଷରୋପଣ, ସ୍ବଦେଶୀ କୃଷି କାର୍ଯ୍ୟ, ଦେଶୀୟ ବିହନର ବ୍ୟବହାର ଉପରେ ଗୁରୁତ୍ବାରୋପ କରାଯାଇଥିଲା । ପ୍ରକୃତିରେ ଥିବା ସମସ୍ତ ଗଛଲତା, ଜୀବଜନ୍ତୁ, ନଦୀ, ନାଳ, ଝରଣା , ମୃତ୍ତିକା, ବାୟୁ, ଜଳାଶୟର ସୁରକ୍ଷା ଆବଶ୍ୟକ । ସୁରକ୍ଷା ଓ ପରିଚାଳନା କ୍ଷେତ୍ରରେ ଛାତ୍ରଛାତ୍ରୀ ଯତ୍ନବାନ୍ ହେବାକୁ ପରାମର୍ଶ ଦିଆଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।