You are currently viewing ସୁବର୍ଣ୍ଣପୁରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ଶ୍ରୀମତୀ ସୁପାର ଠେଲା

ସୁବର୍ଣ୍ଣପୁରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ଶ୍ରୀମତୀ ସୁପାର ଠେଲା

ସୁବର୍ଣ୍ଣପୁର(ଏଏନଏସ)୧୪/୦୩, ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ବିଜେଡିର ଶ୍ରୀମତୀ ସୁପାର ଠେଲା । ଡୁଙ୍ଗୁରିପାଲି ବ୍ଲକର ଜୋନ ନଂ ୩ର ଜିଲ୍ଲା ପରିଷଦ ସଦସ୍ୟା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଜିଲ୍ଲାରେ ମୋଟ ୧୩ ଟି ଜିଲ୍ଲା ପରିଷଦ ଜୋନରୁ ୧୧ ଗୋଟି ବିଜେଡି ହାତେଇ ନେଇଥିଲା ବେଳେ ବିଜେପି ଗୋଟିଏ ଆଉ କଂଗ୍ରେସ ଗୋଟିଏ ଲେଖାଏଁ ଆସନ ପାଇଥିଲେ । ତେବେ କେବଳ ସୁପାର ଠେଲା ଏକା ଅଧ୍ୟକ୍ଷା ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଫଳରେ ନିର୍ବାଚନ ଅଧିକାରୀ ତାଙ୍କୁ ନିର୍ଦ୍ବନ୍ଦରେ ନିର୍ବାଚିତ ଘୋଷଣା କରିଛନ୍ତି । ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଓ ନିରଞ୍ଜନ ପୁଜାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀମତି ଠେଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।