You are currently viewing ସିଏମସିର ମେୟର ଭାବେ ଶପଥ ନେଲେ ସୁବାସ ସିଂହ

ସିଏମସିର ମେୟର ଭାବେ ଶପଥ ନେଲେ ସୁବାସ ସିଂହ

କଟକ(ଏଏନଏସ)୦୭/୦୪, କଟକ ମହାନଗର ନିଗମର ନୂତନ ମେୟର ଭାବେ ଶପଥ ନେଲେ ସୁବାସ ସିଂହ । କଟକ ମହାନଗର ନିଗମର ପଞ୍ଚମ ମେୟର ଭାବେ ଆଜି ସୁବାସ ସିଂହ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ ସମସ୍ତ କର୍ପୋରେଟର ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ସ୍ଥାନୀୟ ସହିଦ ଭବନ ପରିସରରେ ଶପଥଗ୍ରହଣ ସମାରୋହ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମ୍ୟୁନିସିପାଲ କର୍ପୋରେସନର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସମସ୍ତଙ୍କୁ ଶପଥପାଠ କରାଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।