You are currently viewing ଦୂତିଙ୍କ ଅଭିଯୋଗ ପରେ ପୁଲିସ ହେପାଜତରେ ସୁଧାଂଶୁ

ଦୂତିଙ୍କ ଅଭିଯୋଗ ପରେ ପୁଲିସ ହେପାଜତରେ ସୁଧାଂଶୁ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ୦୩/୦୯: ଏକ ୱେବ୍ ଚ୍ୟାନେଲ ସାମ୍ବାଦିକ ସୁଧାଂଶୁ ଶେଖର ରାଉତଙ୍କୁ ଆଜି ଉଠାଇ ନେଇଛି ପୁଲିସ । ସୋସିଆଲ ମିଡିଆରେ ଦୂତି ଚାନ୍ଦଙ୍କୁ ଅଶ୍ଳୀଳ ମନ୍ତବ୍ୟ ଓ ବ୍ଲାକମେଲିଂ ଅଭିଯୋଗ ମାମଲାରେ ଉଠାଇ ନେଇଛି ପୁଲିସ । ଦୂତି ଚାନ୍ଦଙ୍କ ଏତଲା କ୍ରମେ ଭୁବନେଶ୍ୱର ମହିଳା ଥାନା ପୁଲିସ ସୁଧାଂଶୁଙ୍କୁ ତାଙ୍କ ଝାରପଡା ସ୍ଥିତ ଅଫିସରୁ ଉଠାଇ ନେଇଛି। ଏହି ଘଟଣାରେ ୩ ଜଣଙ୍କ ନାଁରେ ଅଭିଯୋଗ ହୋଇଥିଲା । ସୂଚନା ଅନୁଯାୟୀ , ସୁଧାଂଶୁ ଶେଖର ରାଉତ,ପ୍ରଦୀପ ପ୍ରଧାନ, ସ୍ମୃତିରଞ୍ଜନ ବେହେରାଙ୍କ ନାଁରେ ଅଭିଯୋଗ ହେବା ସହ ଦଫା୨୯୨(୨),୩୫୪(ଏ),୩୮୫,୫୦୬,୧୨୦(ବି),୬ରେ ମାମଲା ରୁଜୁ ହୋଇଛି ।

ଦୂତି ଅଭିଯୋଗ କରିଛନ୍ତି ଯେ ଯେଉଁ ପରିଶ୍ରମ କରି ସେ ମାନ-ସମ୍ମାନ ଅର୍ଜନ କରିଛନ୍ତି, ତାକୁ କେତକ ଗୋଷ୍ଠୀ ନଷ୍ଟ କରିଦେବାକୁ ଚେଷ୍ଟା କରୁଛନ୍ତି । ସୁଧାଂଶୁ ଶେଖର ରାଉତ ପ୍ରତି ମୁହୂର୍ତ୍ତରେ ତାଙ୍କ ପରିବାର ଲୋକଙ୍କ ଉପରେ ଚାପ ପକାଇ ତାଙ୍କ ବିରୋଧରେ ବିବାଦୀୟ ଖବର ପରିବେଷଣ କରୁଛନ୍ତି । ଏନେଇ ଦୂତି ମାନସିକ ଚାପରେ ରହିଥିଲେ । ଯାହାଫଳରେ ତାଙ୍କର ପ୍ରଦର୍ଶନ ପ୍ରଭାବିତ ହୋଇଥିଲା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।