You are currently viewing ତପସ୍ୱିନୀ-ସୁମିତ୍ ବିବାଦ ମାମଲା: ତଳକୋର୍ଟଙ୍କ ରାୟକୁ କାଏମ୍‌ ରଖିଲେ ହାଇକୋର୍ଟ

ତପସ୍ୱିନୀ-ସୁମିତ୍ ବିବାଦ ମାମଲା: ତଳକୋର୍ଟଙ୍କ ରାୟକୁ କାଏମ୍‌ ରଖିଲେ ହାଇକୋର୍ଟ

କଟକ(ଏଏନଏସ)୦୨.୦୨.୨୦୨୨, ବହୁ ଚର୍ଚ୍ଚିତ ବ୍ରହ୍ମପୁରର ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ତଳ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ଓଡ଼ିଶା ହାଇକୋର୍ଟ। ଏବେ ସୁମିତ୍‌ ତପସ୍ୱିନୀଙ୍କୁ ଭରଣ ପୋଷଣ ପାଇଁ ମାସିକ ୧୭ ହଜାର ଟଙ୍କା ଦେବେ। ସୂଚନାଯୋଗ୍ୟ ଯେ, ପୂର୍ବରୁ ଏସଡିଜେମ୍ କୋର୍ଟ ତପସ୍ୱିନୀଙ୍କ ଭରଣପୋଷଣ ବାବଦକୁ ୧୭ ହଜାର ଟଙ୍କା ଦେବାକୁ ରାୟ ଶୁଣାଇଥିବା ବେଳେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଡାକ୍ତର ସୁମିତ୍ ସାହୁ । ଆଜି ହାଇକୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି। ହାଇକୋର୍ଟ ଶୁଣାଣି କରି କହିଛନ୍ତି ଯେ ଏଣିକି ସୁମିତ୍‌ ତପସ୍ୱିନୀଙ୍କୁ ମାସିକ ୧୭ ହଜାର ଟଙ୍କା ହିଁ ପ୍ରଦାନ କରିବେ। ପ୍ରତି ମାସ ୧୦ ତାରିଖରେ ସୁମିତଙ୍କୁ ଏହି ଅର୍ଥ ଦେବାକୁ ପଡ଼ିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ଫେବ୍ରୁଆରୀ ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।