You are currently viewing ରାଜ୍ୟରେ ଗ୍ରୀଷ୍ମପ୍ରବାହ;  ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କଲେ ଏସଆରସି

ରାଜ୍ୟରେ ଗ୍ରୀଷ୍ମପ୍ରବାହ; ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କଲେ ଏସଆରସି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ଗ୍ରୀଷ୍ମପ୍ରବାହ ଜନିତ ଅସୁସ୍ଥତା ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି । ଜଳାଭାବ ସମ୍ଭାବନା ଥିବା ସ୍ଥାନ ଚିହ୍ନଟ ଏବଂ ଟ୍ୟୁବ୍ୱେଲ ଓ ପାଇପଲାଇନ ମରାମତି କରିବାକୁ କୁହାଯାଇଛି । ଗ୍ରୀଷ୍ମପ୍ରବାହ ନେଇ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ।ଏହି ସଚେତନତା କାର୍ଯ୍ୟରେ ସାମାଜିକ ସଂସ୍ଥାକୁ ସାମିଲ କରିବାକୁ ପରାମର୍ଶ । ସର୍ବସାଧାରଣ ସ୍ଥାନରେ ‘ପାନୀୟ ଜଳ ସେବା କେନ୍ଦ୍ର’ ଖୋଲିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।