You are currently viewing ସ୍ଥୁିତି ଦେଖି ଛୁଟି ନିଷ୍ପତ୍ତି

ସ୍ଥୁିତି ଦେଖି ଛୁଟି ନିଷ୍ପତ୍ତି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୮/୦୪, ରାଜ୍ୟସାରା ଅସହାୟ ଗରମକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ସମସ୍ତ ବିଦ୍ୟାଳୟ ଗୁଡିକୁ ମେ୨ ତାରିଖ ପର୍ଯ୍ୟନ୍ତ ଛୁଟି ଘେରଷଣା କରିଛନ୍ତି । ମାତ୍ର ବିଭିନ୍ନ ପରୀକ୍ଷାର ସମୟ ନିର୍ଘଣ୍ଟକୁ ଗଣଶିକ୍ଷା ବିଭାଗ ଅପରିବତ୍ତିତ ରଖିଛନ୍ତି । ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଉପର ମୁହାଁ ରହିଥିବା ବେଳେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ସମୀର ଦାସ କହିଛନ୍ତି ଯେ ମେ ୨ତାରିଖ ପରେ ଗ୍ରୀଷ୍ମ ପ୍ରବାହର ସ୍ଥିତିକୁ ନେଇ ସ୍କୁଲ ଗୁଡିକର ଖରାଛୁଟି କରିବା ବିଷୟରେ ନିଷ୍ପତ୍ତି ଗ୍ରହଣ କରାଯିବ । ଏଠାରେ ସୂଚନା ଯୋଗ୍ୟ ଯେ ବିଦ୍ୟାଳୟ ଗୁଡିକର ଖରାଛୁଟି ଜୁନ ମାସରେ ୧୦ ଦିନ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।