You are currently viewing ପୋଲିସ ଡିଜି ଭାବେ ଦାୟିତ୍ଵ ଗ୍ରହଣ କଲେ ସୁନୀଲ ବଂଶଲ

ପୋଲିସ ଡିଜି ଭାବେ ଦାୟିତ୍ଵ ଗ୍ରହଣ କଲେ ସୁନୀଲ ବଂଶଲ

ଭୁବନେଶ୍ୱର(ଏଏନଏସ) ୩୧.୧୨.୨୦୨୧, ଆଜି ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କଲେ ସୁନୀଲ ବଂଶଲ । କଟକ ପୋଲିସ୍‌ ମୁଖ୍ୟାଳୟରେ ସେ ବର୍ତ୍ତମାନର ପୋଲିସ ଡିଜି ଅଭୟଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୁନୀଲ ହେଉଛନ୍ତି ୧୯୮୭ ବ୍ୟାଚର ଆଇପିଏସ୍ ଅଧିକାରୀ । ସେ ପୂର୍ବରୁ ଢେଙ୍କାନାଳ ଓ ମୟୁରଭଞ୍ଜରେ ଏସପି ଭାବେ କାର୍ଯ୍ୟ କରିଥିବା ବେଳେ ୨୭ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ ।
ଗୁରୁବାର ସନ୍ଧ୍ୟାରେ ବଂଶଲ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଂଚିଥିଲେ । ନବ ନିଯୁକ୍ତ ପୋଲିସ ଡିଜିଙ୍କୁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ବିମାନ ବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।