You are currently viewing

  • Post category:ଓଡିଶା
  • Reading time:1 mins read

୧. ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନକଲେ ନବୀନଙ୍କ ନୂତନ ମନ୍ତ୍ରୀ ମଣ୍ଡଳର ମନ୍ତ୍ରୀମାନେ ।
୨.ଅସନ୍ତୁଳିତ ହୋପଡିଛି ରାଜ୍ୟ କ୍ୟାବିନେଟ ।୧୨ ଟି ଜିଲ୍ଲା ମନ୍ତ୍ରୀ ଶୂନ୍ୟ ହୋଇଛି ।ଯାହାକୁ ନେଇ ସମ୍ପୂର୍କ୍ତ ଜିଲ୍ଲା ଗୁଡିକରେ ନେତା ଓ କର୍ମୀ ମାନଙ୍କ ମଧ୍ୟରେ ଦେଖାଦେଇଛି ନୈରାଶ୍ୟ ମନୋଭାବ ।।
୩. ଆଜିଠାରୁ ଜୁନ ୧୬ ତାରିଖ ଯାଏଁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗଡିକ ଖରାଛୁଟି ନିମନ୍ତେ ବନ୍ଦ ରହିବ ।
୪.ବୌଦ୍ଧ ଜିଲ୍ଲା ପୁରୁଣା କଟକ ଅଞ୍ଚଳରେ ଘର ଭିତରୁ ୫/୬ ଜଣ ଦୁବୁର୍ତ୍ତ ଲୁଟିନେଇଛନ୍ତି ୧୦ଲକ୍ଷ ଟଙ୍କା ଓ ୧୦ ଭରି ସୁନା ।
୫. ମନ୍ଥର ଗତିରେ ଅତିକ୍ରମ କରୁଛି ମୌସୁମୀ ବାୟୁ । ଜୁନ ୧୦ବେଳକୁ ମୌସୁମୀ ଓଡିଶା ଛୁଇଁବ । ରାଜ୍ୟରେ ଏବେ ସମସ୍ତ ସମସ୍ତ ସହରରେ ତାପମାତ୍ରା ପ୍ରାୟ ୪୦ ଡିଗ୍ରୀ ଉପରେ ରହୁଛି ।
୬.ରାଜଧାନୀରୁ୨ କୋଟିରୁ ଉର୍ଦ୍ଦଟଙ୍କାର ବ୍ରାଉନ ସୁଗାର ଜବତ । ୩ ଗିରଫ ।
୭. ମୟୁରଭଞ୍ଜ ଜିଲ୍ଲା ବାରିପଦା ସହର ନିକଟରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।
୮. ନିଶା ମାଫିଆଙ୍କଠାରୁ ପୁରୀ ପୋଲିସ ପଇସା ଖାଉଥିବା କଥା କହିଛନ୍ତି ଅବକାରୀ ଇନ୍ସପେକ୍ଟର ସଂଜୟ ପଣ୍ଟା ।
୯. ଅସହ୍ୟ ଗରମରେ ସିଝୁଛି ସାରା ଓଡିଶା । ଆଜି ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୪ଟି ଜିଳ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
୧୦. ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଆଜି ଶେଷ ଦିନ । ବିବାହ ପରେ ନଗର ପରିକ୍ରମା କରୁଛନ୍ତି ଦେବ ଦମ୍ପତ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।