You are currently viewing ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ

ଯାଜପୁର,୦୯/୧୦: ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ। ବିଧାନ କେନ୍ଦୁଝର ଜିଲ୍ଲା ବୈତରଣୀ ଜଳ ସମ୍ପଦ ବିଭାଗର ସୁପରିଟେଣ୍ଡ ଇଞ୍ଜିନିୟର ଥିବା ଜଣାପଡିଛି। ସେ କେନ୍ଦୁଝରରୁ କଟକ ନିଜ ବାସଭବନୁ ଯିବା ସମୟରେ ଯାଜପୁର ଏନସି କଲେଜ ନିକଟରେ ଧରିଲା ଭିଜିଲାନ୍ସ। ଭିଜିଲାନ୍ସ ତାଙ୍କ ଠାରୁ ୧୦ ଲକ୍ଷ ନଗଦ ଟଙ୍କା ଜବତ କରିଥବା ଜଣାପଡିଛି। ବିଧାନଙ୍କୁ ଯାଜପୁର ଭିଜିଲାନ୍ସ ବିଭାଗ ସହ କଟକ ଭିଜିଲାନ୍ସ ଏସପି ଅକ୍ଷୟ ମିଶ୍ର କାବୁ କରିଥବା ଜଣାପଡିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।