You are currently viewing ବାରବାଟିରେ ଆନ୍ତଃରାଜ୍ୟ T20 ଟୁର୍ଣ୍ଣାମେଣ୍ଟ ; ଦେଖିବାକୁ ମିଳିବେ IPL ଖେଳାଳି

ବାରବାଟିରେ ଆନ୍ତଃରାଜ୍ୟ T20 ଟୁର୍ଣ୍ଣାମେଣ୍ଟ ; ଦେଖିବାକୁ ମିଳିବେ IPL ଖେଳାଳି

କଟକ (ଏଏନ୍ଏସ): ବାରବାଟି ଷ୍ଟାଡିୟମରେ ଖେଳାଯିବ ଆନ୍ତଃରାଜ୍ୟ T20 ଟୁର୍ଣ୍ଣାମେଣ୍ଟ। ମୋଟ ଦୁଇଟି ଗ୍ରୁପରେ ୮ ଟି ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବେ। ସେପ୍ଟେମ୍ୱର ୧୫ ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ।

ବାରବାଟି ଷ୍ଟାଡିୟମ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଭୈରବ୍ ଚନ୍ଦ୍ର ମହାନ୍ତିଙ୍କ ନାମରେ ଏହି ଟୁର୍ଣ୍ଣାମେଣ୍ଟକୁ ବିସି ମେମୋରିଆଲ T20 କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରଖାଯାଇଛି। IPL ରେ ଖେଳିଥିବା ରୀୟନ୍ ପରାଗ, ସେହେବାଜ୍ ନଦିମ, ରିଶି ଧୱନ୍, ସଚିନ୍ ବାବି, ପ୍ରଶାନ୍ତ ଚୋପ୍ରାଙ୍କୁ ଏହି ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିବ। ସେପ୍ଟେମ୍ବର ମାସ ୨୨ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ।

ସବୁଠାରୁ ବଡ କଥା ହେଲା ଦର୍ଶକମାନେ ଷ୍ଟାଡିୟମରେ ମାଗଣାରେ ବସି ଖେଳ ଦେଖିପାରିବେ। ଏହା ସହ ଖେଳର ସିଧାପ୍ରସାରଣ ଫ୍ୟାନ କୋଡ ଆପ୍ସ ମାଧ୍ୟମରେ ଦେଖିପାରିବେ। ପ୍ରତ୍ୟେକ ମ୍ୟାଚରେ ମ୍ୟାନ ଅଫ ଦ ମ୍ୟାଚଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବାକୁ ଥିବା ବେଳେ ମ୍ୟାନ୍ ଅଫ ଦି ସିରିଜ୍ କୁ ୫୦ ହଜାର ଟଙ୍କା ନଗଦ ଟଙ୍କା ପୁରସ୍କାର ଦିଆଯିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା

ଅନ୍ୟମାନଙ୍କୁ ଜଣାନ୍ତୁ।