You are currently viewing ତହସିଲ ତରଫରୁ ଖଣି ରେ ଚଢାଉ

ତହସିଲ ତରଫରୁ ଖଣି ରେ ଚଢାଉ

  • Post category:ଓଡିଶା
  • Reading time:1 mins read

ଜଟଣୀ(ଏ ଏନ୍ ଏସ) ୧୬/୦୭,ଜଟଣୀ ତହସିଲ ତରଫରୁ ଖଣିରେ ଚଢାଉ । ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ରାତିରେ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ସ୍ପେଶାଲ ସ୍କ୍ୱାଡ ଓ ଜଟଣୀ ତହସିଲର ମିଳିତ ଭାବରେ ଭୁବନେଶ୍ୱର ଉପଖଣ୍ଡରେ ଥିବା ବିଭିନ୍ନ ଖଣି ଉପରେ ଚଡାଉ କରିଥିଲା ।

ଏଇ ଚଡାଉବେଳେ ୯ ଟି ମରମ ଥିବା ହାଇୱା, ଦୁଇଟି ଟ୍ରାକ୍ଟର ଓ ଗୋଟିଏ ୪୦୭ରେ ମାଙ୍କଡା ପଥର ଥିବା ଗାଡିକୁ ଜବତ କରିଛି ଜଟଣୀ ତହସିଲ । ଜବତ ୯ଟି ହାଇୱା ଯାଆଁଳା ଫାଣ୍ଡିରେ ଥିବା ବେଳେ ଦୁଇଟି ଟ୍ରାକ୍ଟର ଓ ଗୋଟିଏ ୪୦୭କୁ ଜଟଣୀ ଥାନାକୁ ହସ୍ତାନ୍ତର କରାଯାଇଛି ବୋଲି ଜଟଣୀ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ମଲିକ୍ କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।