You are currently viewing ଧରାପଡିଲେ ଜାଲ୍ ସାର୍ଟିଫିକେଟ ଧାରୀ ଶିକ୍ଷକ

ଧରାପଡିଲେ ଜାଲ୍ ସାର୍ଟିଫିକେଟ ଧାରୀ ଶିକ୍ଷକ

କଳାହାଣ୍ଡି ୦୯/୧୦: ଧରାପଡିଲେ ଜାଲ୍ ସାର୍ଟିଫିକେଟ ଧାରୀ  ଶିକ୍ଷକ। ଯାଞ୍ଚ ବେଳେ ୧୨ଟି  ଓଟିଇଟି ଜାଲ୍ ସାର୍ଟିଫିକେଟ୍ ଧାରୀ ଶିକ୍ଷକ ଧରାପଡି ଥିବା ସ୍ପଷ୍ଟ କରିଛି ବୋର୍ଡ । କଳାହାଣ୍ଡିର ୧୩ଟି ବ୍ଲକରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କର ସାର୍ଟିଫିକେଟ୍ ଯାଞ୍ଚ କାମ ସରିଛି । ସାର୍ଟିଫିକେଟ ଯାଞ୍ଚ ସମୟରେ ସନ୍ଦେହ ବଳୟକୁ ୧୯ ଶିକ୍ଷକ ଆସିଥିଲେ । ଏହା ପରେ ସାର୍ଟିଫିକେଟ୍ ବୋର୍ଡକୁ ପଠାଯାଇଥିଲା । ସେଥିମଧ୍ୟରୁ ୧୨ ଜଣଙ୍କ ଜାଲ୍ ଥିବା ସ୍ପଷ୍ଟ କରିଛି ବୋର୍ଡ । ଅନେକ ଶିକ୍ଷକ ସିଧାସଳଖ ଜାଲ୍ ଓଟିଇଟି ସାର୍ଟିଫିକେଟ୍ ଦାଖଲ କରିଛନ୍ତି । ଅନ୍ୟମାନେ ରେଗୁଲାର ପୋଷ୍ଟ ପାଇଁ ଜାଲ ସାର୍ଟିଫିକେଟ୍ ଶିକ୍ଷା ବିଭାଗରେ ଦାଖଲ କରି ଚୁପ୍ ରହିଥିଲେ । ୧୨ଟି ଜାଲ୍ ଶିକ୍ଷକ ମଧ୍ୟରେ ଭବାନୀପାଟଣାରୁ ୧, ଏମ୍.ରାମପୁରରୁ ୨, ଜୁନାଗଡରୁ ୧, କଲମପୁରରୁ ୧, ଥୁ.ରାମପୁରରୁ ୩ ଏବଂ କର୍ଲାମୁଣ୍ଡା ବ୍ଲକରୁ ୨ ଜଣ ଥିବା ଜଣାପଡିଛି । କାରଣ ଦର୍ଶାଅ ନୋଟିସ୍ ପାଇବା ପରେ ସଂପୃକ୍ତ ଜାଲ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଯେଉଁ ଉତ୍ତର ରଖୁଛନ୍ତି ତାହାକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।