You are currently viewing ମୋବାଇଲ୍ ଗେମ୍ ନେଲା ଜୀବନ !

ମୋବାଇଲ୍ ଗେମ୍ ନେଲା ଜୀବନ !

  • Post category:ଓଡିଶା
  • Reading time:1 mins read

କୋରାପୁଟ(ଏ ଏନ ଏସ) ୧୩.୧୦.୨୦୨୧, ମୋବାଇଲ ଫୋନ ଛଡ଼ାଇ ନେବାରୁ ଜଣେ ନାବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଦୁଃଖଦ ଖବର କୋରାପୁଟ ସହରର ଗୌତମ ନଗରରୁ ଆସିଛି । ବାଳକ ଜଣକ ୧୩ ବର୍ଷ ହୋଇଥିବା ସୂଚନା ।
ସୂଚନା ଅନୁସାରେ, ବାଳକ ଜଣକ ଅନ୍‌ଲାଇନ୍ କ୍ଲାସ୍ ବେଳେ ସେ ଅଧିକାଂଶ ସମୟରେ ମୋବାଇଲ୍‌ରେ ଗେମ୍ ଖେଳୁଥିଲେ। ପରିବାର ଲୋକେ ବହୁଥର ବୁଝାଇବା ପରେ ବି ସେ ଶୁଣୁ ନଥିଲେ। ଗତକାଲି ଅନ୍‌ଲାଇନ୍‌ କ୍ଲାସ୍ ବେଳେ ବି ସେ ମୋବାଇଲ୍‌ରେ ଗେମ୍ ଖେଳୁଥିଲେ ଏହା ଦେଖି ପରିବାର ଲୋକେ ତାଙ୍କ ଠାରୁ ମୋବାଇଲ୍ ଛଡ଼ାଇ ନେଇଥିଲେ। ଏହାପରେ ସେ ଖୁବ୍ ରାଗି ଯାଇ ଏକ ରୁମ୍‌ରେ ପଶି ବେକରେ ଶାଢ଼ି ବାନ୍ଧି ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। କବାଟ ଖୋଲି ତାଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।