heatwave

ରାଜ୍ୟରେ ଅସହ୍ୟ ଗରମ, ସାଢ଼େ ୧୧ରେ ଭୁବନେଶ୍ବର ତାପମାତ୍ରା ୪୦ ଡିଗ୍ରୀ ପାର୍

  • Post category:ଓଡିଶା
  • Reading time:1 mins read

ଏଏନଏସ:ସହ୍ୟ ତାତିରେ କଲବଲ ରାଜ୍ୟବାସୀ । ସକାଳ ୮ଟାରୁ ତାପମାତ୍ରା ବଢୁଥିବା ବେଳେ ଦିନ ୧୧ଟା ବେଳକୁ ପଦାକୁ ବାହାରିବା ମୁସକିଲ ହୋଇପଡୁଛି । ଗତ ୨ ଦିନ ହେବ ତାପମାତ୍ରାରେ ବୃଦ୍ଧି ଯୋଗୁଁ ଆଉଟୁପାଉଟୁ ହେଉଛନ୍ତି ଲୋକେ । ସାଢ଼େ ୧୧ରେ ଭୁବନେଶ୍ବର ତାପମାତ୍ରା ୪୦ ଡିଗ୍ରୀ ଟପିଛି। ସେହିପରି ବାଲେଶ୍ବରର ତାପମାତ୍ରା ମଧ୍ୟ ୪୦ ଛୁଇଁଛି। ଚାନ୍ଦବାଲି ଏବଂ ଝାରସୁଗୁଡ଼ାର ତାପମାତ୍ରା ୪୦ ଡିଗ୍ରୀ ରହିଛି। ସେହିପରି କେନ୍ଦୁଝର ତାପମାତ୍ରା ୩୯ ଡିଗ୍ରୀ ରହିଛି। ହୀରାକୂଦ ତାପମାତ୍ରା ୩୮.୬ ଡିଗ୍ରୀ ରହିଛି। ତେବେ ରାଜ୍ୟରେ ଆସନ୍ତା ୨୨ ତାରିଖ ଯାଏଁ ତାତିରୁ ମୁକ୍ତି ମିଳିବନି।  ଆଗକୁ ଆହୁରି ତାପମାତ୍ରା ବଢିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।  

ଅନ୍ୟମାନଙ୍କୁ ଜଣାନ୍ତୁ।