You are currently viewing ଜଗତସିଂହପୁରରେ ୫ଦିନ ବନ୍ଦ ରହିବ ଧର୍ମାନୁଷ୍ଠାନ

ଜଗତସିଂହପୁରରେ ୫ଦିନ ବନ୍ଦ ରହିବ ଧର୍ମାନୁଷ୍ଠାନ

  • Post category:ଓଡିଶା
  • Reading time:1 mins read

ଜଗତସିଂହପୁର(ଏଏନଏସ) ୨୪.୧୨.୨୦୨୧, ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାରେ ୫ଦିନ ବିଭିନ୍ନ ଧର୍ମାନୁଷ୍ଠାନ ବନ୍ଦ ରହିବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ସୂଚନା ଅନୁସାରେ, ଡିସେମ୍ବର ୨୫, ୨୬, ୩୧ ତାରିଖ ସହ ଜାନୁଆରୀ ୧ ଓ ୨ ତାରିଖ ମା’ ଶାରଳା ମନ୍ଦିର ସମେତ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।