You are currently viewing ପଚା ଅଣ୍ଡା ବୋଝେଇ ଟେମ୍ପୋ ଜବତ

ପଚା ଅଣ୍ଡା ବୋଝେଇ ଟେମ୍ପୋ ଜବତ

କଟକ,୦୬/୧୦: ପଚା ଅଣ୍ଡା ବୋଝେଇ ଟେମ୍ପୋ ଜବତ । ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଓ ଖାଦ୍ୟ ସୁରକ୍ଷା ସ୍କ୍ୱାଡ ପଚାଅଣ୍ଡା ବୋଝେଇ ଟେମ୍ପୋ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖାଯାଇଛି । ଏହି ଟେମ୍ପୋଟି କଟକ ସାଆନ୍ତସାହିରେ ଥିବା ବେକରୀ ଫ୍ୟାକ୍ଟ୍ରିକୁ ଯାଉଥିବା ଜଣାପଡିଛି । ସୂଚନ ଅନୁଯାୟୀ ଏହି ଟେମ୍ପୋରେ ୧୦ ପେଟି ପଚା ଅଣ୍ଡା ଯାଉଥିଲା । ଗୋଟିଏ ପେଟିରେ ୨୪୦ଟି ଅଣ୍ଡା ଥିଲା । ଟୋଟାଲ ୨୪୦୦ଟି ପଚା ଅଣ୍ଡା ଜବତ କରିଛନ୍ତି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଓ ଖାଦ୍ୟ ସୁରକ୍ଷା ସ୍କ୍ୱାଡ । ଏହି ଅଣ୍ଡାରୁ କେକ୍ ଓ ଅନ୍ୟ ବେକରୀ ସାମଗ୍ରୀ ତିଆରି ହୋଇ ସହର ଓ ଆଖପାଖ ମାର୍କେଟରେ ବିକ୍ରି ହୋଇଥାନ୍ତା ।

ଅନ୍ୟମାନଙ୍କୁ ଜଣାନ୍ତୁ।