You are currently viewing ଚିକିତ୍ସାଳୟ ଶୌଚାଳୟରୁ ଉଦ୍ଧାର ହେଲା ଶିଶୁ କନ୍ୟା

ଚିକିତ୍ସାଳୟ ଶୌଚାଳୟରୁ ଉଦ୍ଧାର ହେଲା ଶିଶୁ କନ୍ୟା

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୦୩/୦୧: ପୁଣି ଅଲୋଡା ହେଲା ଶିଶୁ କନ୍ୟା । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଶୌଚାଳୟରୁ ଉଦ୍ଧାର ହେଲା ଶିଶୁ କନ୍ୟା । ଜିଲ୍ଲା ମୁଖ୍ୟ ମେଡିକାଲରେ ଜଣେ ମହିଳା ତାଙ୍କର ନବଜାତ କନ୍ୟାକୁ ଛାଡ଼ି ଚାଲିଯାଇଛନ୍ତି । ସ୍ତ୍ରୀ ଓ ପ୍ରସୂତୀ ବିଭାଗର ୪ର୍ଥ ମହଲାର ବାଥରୁମରେ ଛୁଆକୁ ଛାଡ଼ି ମାଆ ପଳାଇ ଯାଇଥିଲେ । ସୁଇପର ଏହାକୁ ଦେଖିବା ପରେ ତାକୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଛନ୍ତି ।କର୍ମଚାରୀ ଏହା ଜାଣିବା ପରେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ତେବେ ପରେ ଗୁରୁତର ନବଜାତକକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି । ଶିଶୁ କନ୍ୟାଟିକୁ ଛାଡି ପଳାଇଥିବା ମହିଳା ଜଣଙ୍କ କିଏ ଏବଂ ସେ କାହିଁକି ଶିଶୁଟିକୁ ଏମିତି ଛାଡି ପଳାଇଲେ ତାହା ସ୍ପଷ୍ଟ ହୋଇନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।