You are currently viewing ସୁଟକେସ୍‌ରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ

ସୁଟକେସ୍‌ରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ

  • Post category:ଓଡିଶା
  • Reading time:1 mins read

ଖୋର୍ଦ୍ଧା (22.1.23): ସୁଟକେସ୍‌ରୁ ମିଳିଲା ଯୁବକଙ୍କ ମୃତଦେହ । ଜଙ୍ଗଲରେ ମଧ୍ୟରେ ଫିଙ୍ଗା ଯାଇଥିଲା ଏହି ସୁଟକେସ୍‌ । ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ହରିପୁର ଫରେଷ୍ଟ ଜଙ୍ଗଲରେ ପଡିଛି ସୁଟ୍‌କେସ । ନାଚୁଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ସୂଚନା ଅନୁଯାୟୀ ରବିବାର ଅର୍ଥାତ୍ ଆଜି ସକାଳୁ ହରିପୁର ଜଙ୍ଗଲରେ ଏକ ସୁଟକେସ୍ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ଖବର ନାଚୁଣୀ ଥାନାକୁ ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଟ୍‌କେସ୍‌କୁ ଜବତ କରିଥିଲା। ଏହାପରେ ସୁଟକେସ୍‌କୁ ଯାଞ୍ଚ ବେଳେ ଏଥିରେ ଏକ ମୃତ ଦେଶ ବାହାରିଥିଲା। ଅନୁମାନ କରାଯାଉଛି ଯେ, ଯୁବକ ଜଣଙ୍କୁ କେହି ହତ୍ୟା କରି ସୁଟକେସ୍‌ରେ ପୁରାଇ ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି।ସେପଟେ ନାଚୁଣୀ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ମୃତ ଯୁବକ ଜଣକ କି’ଏ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଯୁବକକୁ ଅନ୍ୟ କେଉଁଠି ହତ୍ୟା କରିବା ପରେ ହତ୍ୟାକାରୀମାନେ ଏଠାରେ ଫୋପାଡ଼ି ଦେଇଥିବା ସନ୍ଦେହ କରୁଛି ପୋଲିସ । ସାଇଣ୍ଟଫିକ୍ ଟିମ୍ ର ତଦନ୍ତ ପରେ ପୋଲିସ ତା’ର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି ବାଲୁଗାଁ ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।