You are currently viewing ୧୮ ଘଣ୍ଟା ପରେ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ

୧୮ ଘଣ୍ଟା ପରେ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର,୨୦/୦୯: ଭୁବନେଶ୍ୱର ଗଣ୍ଡମୁଣ୍ଡା ସୌଭାଗ୍ୟନଗରର ନାଳିଭିତରେ ଗତକାଲି ଭାସିଯାଇଥିବା ଦଶମ ଛାତ୍ରର ମୃତଦେହ ଆଜି ଉଦ୍ଧାର ହୋଇଛି । ୧୮ ଘଣ୍ଟା ପରେ ମିଳିଲା ଛାତ୍ର ଜ୍ୟୋତିଙ୍କ ମୃତଦେହ । ପଞ୍ଚଶଖା ନଗର ମୁଖ୍ୟ ଡ୍ରେନ ନିକଟ ବୁଦା ଭିତରୁ ମିଳିଛି ମୃତଦେହ । ସୂଚନା ଅନୁଯାୟୀ ରବିବାର ଅପରାହ୍ନ ସମୟରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଛାଡିବା ପରେ ବରମୁଣ୍ଡାର ହୃଷୀକେଶ ବେହେରାଙ୍କ ପୁଅ ଜ୍ୟୋତି ପ୍ରକାଶ ଅପରାହ୍ନ ୨ଟା ବେଳେ ସଂସ୍କୃତ ଟ୍ୟୁସନ ପାଇଁ ଘରୁ ସୌଭାଗ୍ୟନଗର ଅଭିମୁଖେ ବାହାରିଥିଲେ । କିନ୍ତୁ ଖୋଲା ଡ୍ରେନ ପ୍ରବାହିତ ପାଣି ନାଳରେ ଭାସିଯାଇଥିଲେ । ଦୀର୍ଘ ୧୮ ଘଣ୍ଟା ଧରି ଅଗ୍ନିଶମ ବାହୀନୀର ଅକ୍ଲାନ୍ତ ପରିଶ୍ରମ ପରେ ଆଜି ତାଙ୍କ ମୃତଦେହ ଠାବ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।