You are currently viewing ପୋଲ ତଳକୁ ଖସିଲା ବରଯାତ୍ରୀ ଗାଡି, ୨ ମୃତ

ପୋଲ ତଳକୁ ଖସିଲା ବରଯାତ୍ରୀ ଗାଡି, ୨ ମୃତ

  • Post category:ଓଡିଶା
  • Reading time:1 mins read

ବରଗଡ଼, ବରଗଡ଼ ଜିଲା ବିଜେପୁର-ବରଗଡ଼ ରାସ୍ତାର ସର୍ଣ୍ଣାପାଲି ବ୍ରିଜ୍‌ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିଜେପୁରରୁ ବରଗଡ଼ ବ୍ଲକ ଅନ୍ତର୍ଗତ ରୁହୁଣିଆଁକୁ ଫେରୁଥିବା ଏକ ବରଯାତ୍ରୀ ଗାଡ଼ି(ଅଟୋ) ସର୍ଣ୍ଣାପାଲି ପୋଲ ତଳକୁ ଖସି ପଡିବାରୁ ୨ ବରଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକମାନେ ହେଲେ, ରୁହୁଣିଆଁ ଗ୍ରାମର ଯଦୁମଣି ମିରିଗ ଓ ଘନଶ୍ୟାମ ମେହେର। ସେହିପରି ଦୁର୍ଘଟଣାଗ୍ରସ୍ତ ଅଟୋରେ ବସିଥିବା ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ଭୀମସାର, ବୁର୍ଲା ଡାକ୍ତରଖାନାକୁ ପଠାଯାଇଥିବା ସୂଚନା ମିଳିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।