You are currently viewing ଭାରସାମ୍ୟ ହରାଇ ପୋଖରୀ ଭିତରେ ପଶିଲା କାର, ମୃତଦେହ ଉଦ୍ଧାର

ଭାରସାମ୍ୟ ହରାଇ ପୋଖରୀ ଭିତରେ ପଶିଲା କାର, ମୃତଦେହ ଉଦ୍ଧାର

  • Post category:ଓଡିଶା
  • Reading time:1 mins read

କେନ୍ଦୁଝର-୦୯.୧୦.୨୦୨୧, କେନ୍ଦୁଝର ଶୁଆକାଟୀ ଫାଣ୍ଡିର ଜାମୁଡିହା ଗାଁ ପୋଖରୀରେ ଭାରସାମ୍ୟ ହରାଇ ପଶିଲା କାର୍ । ପୋଖରୀରୁ କାର ସହିତ ଏକ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ପୋଖରୀରେ ଆଉ ଏକ ମୃତଦେହ ଥିବା ସନ୍ଦେହ କରାଯାଉଛି ।
ସୂଚନାଅନୁସାରେ, କେନ୍ଦୁଝର ଶୁଆକାଟୀ ଫାଣ୍ଡିର ଜାମୁଡିହା ଗାଁ ପୋଖରିରେ ଏକ କାର୍ ଭାସୁଥିବା ଆଜି ସକାଳ ସମୟରେ ଗାଁ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀ ଭିତରୁ କାରଟିକୁ ଉଦ୍ଧାର କରିବା ସହ ପୋଖରୀରୁ ଏକ ମୃତଦେହ ମଧ୍ୟ ଉଦ୍ଧାର କରିଛି । କାର୍ ଭିତରୁ ତିନୋଟି ଚପଲ ମିଳିଥିବାରୁ ପୋଖରୀରେ ଆଉ କେହି ରହିଯାଇଥିବା ସନ୍ଦେହରେ ଖୋଜାଖୋଜି ଜାରି ରଖିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।