You are currently viewing ୫ଟି ରୂପାନ୍ତର ପର୍ବରେ ଜିଲ୍ଲାର ୪୮ଟି ଉଚ୍ଚ ବିଦ୍ୟାଳୟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

୫ଟି ରୂପାନ୍ତର ପର୍ବରେ ଜିଲ୍ଲାର ୪୮ଟି ଉଚ୍ଚ ବିଦ୍ୟାଳୟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ) ୨୧.୧୧.୨୦୨୧, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫ଟି ଉପକ୍ରମ ଆଧାରରେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୪୮ଟି ସ୍କୁଲର ରୂପାନ୍ତରୀକରଣ କାର୍ଯ୍ୟକୁ ଲୋକାର୍ପଣ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଲୋକସେବା ଭବନରୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପୁରୀ ଜିଲ୍ଲା ସମେତ ରାଜ୍ୟର ଦେବଗଡ,ଜଗତସିଂହପୁର,ବଲାଙ୍ଗୀର ଓ କେନ୍ଦ୍ରାପଡା ଜିଲ୍ଲାର ମୋଟ ୧୪୮ ଟି ସ୍କୁଲକୁ ଲୋକାର୍ପଣ କରିଥିବା ବେଳେ ଆଜି ଜିଲ୍ଲାରେ ରୂପାନ୍ତରିତ ହୋଇଥିବା ସ୍କୁଲ ମଧ୍ୟରେ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟଠାରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜ୍ୟୋତିର୍ମୟ ଦଳାଇ, ପୁରୀ ସାଂସଦ ଶ୍ରୀ ପିନାକୀ ମିଶ୍ର, ସତ୍ୟବାଦୀ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ,ପୁରୀ ବିଧାୟକ ଶ୍ରୀ ଜୟନ୍ତ ଷଡଙ୍ଗୀ, ପିପିଲି ବିଧାୟକ ଶ୍ରୀ ରୁଦ୍ରପ୍ରତାପ ମହାରଥି ,ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତୀ ଜିଲ୍ଲାପାଇଁ ପ୍ରଥମ ପର୍ଯ୍ୟାୟରେ ୪୮ ଟି ସ୍କୁଲର ରୂପାନ୍ତରଣ କରିଥିବାରୁ ତାଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଥିଲେ । ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଅପର୍ଣ୍ଣା ପଣ୍ତା ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି ବିଦ୍ୟାଳୟ ସହ ନିଜର ଅନୁଭୂତି ସଂପର୍କରେ କହିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।