You are currently viewing ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

  • Post category:ଓଡିଶା
  • Reading time:1 mins read

କେଉଁଝର(୧୩.୨.୨୩) : ଚାଷୀ, ମହିଳା ଓ ଯୁବ ସମାଜ ରାଜ୍ୟର ତ୍ରିଶକ୍ତି । ଏମାନେ ରାଜ୍ୟ ପ୍ରଗତିର ସାରଥି । ବିକଶିତ ଓଡ଼ିଶାର ସ୍ୱପ୍ନକୁ ପୂରଣ କରିବାରେ ଏହି ତ୍ରିଶକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଆଜି କେନ୍ଦୁଝର ଜିଲ୍ଲାରେ ମେଡିକାଲ୍‌ କଲେଜ ଓ ହସ୍ପିଟାଲର ଲୋକାର୍ପଣ କରିବା କାର୍ଯ୍ୟକ୍ରମରେ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଏହାଦ୍ୱାରା କେନ୍ଦୁଝର ଓ ଆଖପାଖ ଜିଲ୍ଲାର ଲୋକ ଉପକୃତ ହୋଇପାରିବେ । ୩୮୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ମେଡିକାଲ୍‌ କଲେଜ । ଏଥିରେ ପ୍ରଥମ ବର୍ଷ ୧୦୦ଟି MBBS ସିଟ୍‌ରେ ନାମଲେଖା ହୋଇଛି । ଆଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ଫଟୋ ଉଠାଇଥିଲେ ମୁଖ୍ୟମନ୍ତ୍ରୀ । ୨୦୧୬ରେ ଧରଣୀଧର ମେଡିକାଲ୍‌ କଲେଜ ଓ ହସ୍ପିଟାଲର ଶିଳାନ୍ୟାସ କରିଥିଲେ ।ଏହି ଅବସରରେ ଜିଲ୍ଲାବାସୀଙ୍କୁ ୪ ହଜାର ୭ଶହ କୋଟିରୁ ଅଧିକ ଟଙ୍କାର ପ୍ୟାକେଜ୍‌ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଟ୍‌ ୨୫୯ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଜି ଗୌରବର ଦିନ । କେନ୍ଦୁଝରରେ ମେଡିକାଲ କଲେଜର ଶୁଭାରମ୍ଭ ହେବାରୁ ଜିଲ୍ଲାବାସୀ ଉନ୍ନତମାନର ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।