You are currently viewing ପଦ୍ମପୁରରେ କେନ୍ଦ୍ରକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ

ପଦ୍ମପୁରରେ କେନ୍ଦ୍ରକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ

  • Post category:ଓଡିଶା
  • Reading time:1 mins read

ବରଗଡ଼ (19.2.23): ଆଜି ପଦ୍ମପୁର ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଗତ ଉପନିର୍ବାଚନ ସମୟରେ ପଦ୍ମପୁରବାସୀଙ୍କୁ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ଷକ ମଧ୍ୟରେ ନିଶ୍ଟୟ ପଦ୍ମପୁର ଜିଲ୍ଲା ହେବ ବଡ଼ ଘୋଷଣା ବୋଲି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଲେ, ମୁଁ କଥା ନୁହେଁ କାମରେ ବିଶ୍ୱାସ କରେ । ଏଭିତରେ ପାଇକମାଳ PHC ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ ହୋଇ ସାରିଛି। ଏସଏଚଜି ମହିଳାମାନେ ଭଲ କାମ କରୁଛନ୍ତି। ସେମାନେ ଶିଳ୍ପଉଦ୍ୟୋଗୀ ହେବେ ବୋଲି ମୁଁ ଆଶା କରୁଛି । ଆପଣଙ୍କ ଭଲପାଇବା ନିକଟରେ ମୁଁ ଋଣୀ ବୋଲି କହିଛନ୍ତି ନବୀନ। ପଦ୍ମପୁରର ବିକାଶ ପାଇଁ ଆପଣମାନେ ପ୍ରସ୍ତାବ ଦେଇଥିଲେ। ବାକି ଥିବା କାମ ନିର୍ଦ୍ଧାରିତ ସମୟ ଭିତରେ ସରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଭାମଞ୍ଚରୁ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କ ଟାର୍ଗେଟ ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଦମପୁର ଉପନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ନିଜେ ପୂରଣ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀମାନେ ଦେଇଥିବା ପ୍ରତିଶୁତି କୁଆଡେ ଗଲା ବୋଲି କହିଛନ୍ତି। କେନ୍ଦ୍ରମନ୍ତ୍ରୀମାନେ ପ୍ରତିଶ୍ରୁତି ମନେ ପକାନ୍ତୁ। ଉପ ନିର୍ବାଚନବେଳେ କେନ୍ଦ୍ରମନ୍ତ୍ରୀମାନେ ପଦ୍ମପୁର ଆସିଥିଲେ। ରେଲୱେ, ଫସଲବୀମା, କେନ୍ଦୁପତ୍ରରେ ଜିଏସ୍‌ଟି ଉପରେ ବହୁ ପ୍ରତିଶ୍ରୁତି ଦେଇଥିଲେ। ତେଣୁ ପ୍ରଭୁ ନୃସିଂହନାଥଙ୍କ ପାଖରେ ପ୍ରାର୍ଥନା କରିଛି, ‘କେନ୍ଦ୍ରମନ୍ତ୍ରୀମାନଙ୍କୁ ପ୍ରତିଶ୍ରୁତି ଟିକେ ମନେପକାଇ ଦିଅନ୍ତୁ। ଝାରବନ୍ଧ ସଭାରେ ଅଭିଭାଷଣ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।