You are currently viewing ଅପରାହ୍ନରେ ମାଟ୍ରିକ ପରୀକ୍ଷାକୁ ନେଇ ଘୋଷଣା  କରିବେ ମୁଖ୍ୟମନ୍ତ୍ରୀ

ଅପରାହ୍ନରେ ମାଟ୍ରିକ ପରୀକ୍ଷାକୁ ନେଇ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ମାଟ୍ରିକ ପରୀକ୍ଷାକୁ ନେଇ ଆଜି ଅପରାହ୍ନରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ଆସନ୍ତା ମେ ୩ରୁ ମାଟ୍ରିକ ପରୀକ୍ଷା ହେବାର ଅଛି । ତେବେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ କ’ଣ ନିଷ୍ପତ୍ତି ନେବେ ତାହା ଅପରାହ୍ନରେ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ।
ତେବେ ଗତକାଲି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାକୁ ବାତିଲ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।