You are currently viewing ମାଲକାନଗିରି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର,୧୬/୦୮: ଆରମ୍ଭ ହୋଇଥିବା ସ୍ମାର୍ଟ ହେଲଥ୍ ଯୋଜନାର ଉଦଘାଟନ ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଅଗଷ୍ଟ ୨୦ ରେ ମାଲକାନଗିରି ଗସ୍ତ କରିବେ । ଏହି ଗସ୍ତରେ ସମୟରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରିବା ସହ ଲୋକଙ୍କ ସହ ଯୋଡି ହେବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଅନ୍ୟ ଜିଲ୍ଲା ମଧ୍ୟ ପରିଦର୍ଶନ କରିପାରନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରାୟ ସାତ ଜଣ ମନ୍ତ୍ରୀ ମଧ୍ୟ ପରିଦର୍ଶନ କରିବେ । ଗତକାଲି ସ୍ୱାଧୀନତା ଦିବସରେ ଓଡିଶା ପ୍ରଥମ ରାଜ୍ୟ ଭାବେରେ ସମଗ୍ର ରାଜ୍ୟରେ ୩.୫ କୋଟି ଲୋକଙ୍କ ପାଇଁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହା ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ ଏଭଳି ସ୍ମାର୍ଟ ହେଲଥ୍ କାର୍ଡ ପ୍ରଦାନ କରିଥିବା ଓଡିଶା ପ୍ରଥମ ରାଜ୍ୟ ଅଟେ ।

ଅନ୍ୟମାନଙ୍କୁ ଜଣାନ୍ତୁ।