You are currently viewing ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

  • Post category:ଓଡିଶା
  • Reading time:1 mins read

କାମାକ୍ଷାନଗର(୬.୪.୨୩) : ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ମୃତ ଯୁବକ ହେଲେ ଖଜୁରିଆ ଗ୍ରାମର ମୁନା ନାଟିଆ।ମୃତକଙ୍କ ପକେଟରୁ ସ୍ବିସାଇଡ୍ ନୋଟ ଜବତ କରାଯାଇଛି। ସେଥିରେ ଲେଖା ଅଛି ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି । ଆଜି ସକାଳୁ ଜଙ୍ଗଲରେ ଏକ ଗଛରେ ଯୁବକ ମୃତଦେହ ଝୁଲି ଥିବାର ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକ ଦେଖିବା ପରେ ପରିବାର ଲୋକ ଆସି ଚିହ୍ନଟ କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଛେଦ ପାଇିଁ କାମାକ୍ଷାନଗର ମେଡିକାଲକୁ ପଠାଇଛି। ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବା ନେଇ ପୋଲିସ କହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।