You are currently viewing କଟକରୁ ଠାବ ହେଲା ନକଲି ମସଲା ଫ୍ୟାକ୍ଟ୍ରି

କଟକରୁ ଠାବ ହେଲା ନକଲି ମସଲା ଫ୍ୟାକ୍ଟ୍ରି

କଟକ(ଏଏନଏସ)୧୯/୦୨: କଟକରୁ ପୁଣି ଠାବ ହୋଇଛି ନକଲି ମସଲା ଫ୍ୟାକ୍ଟ୍ରି । ଚଢ଼ାଉ ପରେ ବିପୁଳ ପରିମାଣର ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ମସଲା ଜବତ । କଟକ ବେଣ୍ଟକାର ଥାନା ଝିଙ୍କିରିଆ ଠାରେ ଦୀର୍ଘଦିନ ହେବ ଚାଲୁଥିଲା ଏହି ନକଲି ମସଲା କାରଖାନା । କମ୍ପାନୀ ମାଲିକ ଅଜୟ ଦାସଙ୍କୁ ଅଟକ ରଖିଛି ବେଣ୍ଟକାର ଥାନା ପୋଲିସ । କିଛି ମାସ ତଳୁ କ୍ରମାଗତ ଭାବରେ କଟକର ବିଭିନ୍ନ ଗଳି କନ୍ଦିରୁ ନକଲି ଜିନିଷ ତିଆରି କାରଖାନା ମାନ ଠାବ କରାଯାଉଛି ଆଜି ମଧ୍ୟ ସମାନ ଭାବରେ ଏକ ନକଲି ମସଲା ତିଆରି କାରଖାନା ଠାବ କରାଯାଇଛି ।ବୟାଳିଶିମୌଜାରେ ଏହି ନକଲି ମସଲା ଫ୍ୟାକ୍ଟ୍ରି ଚାଲିଥିବା ବେଳେ କମିଶନରେଟ୍ ପୋଲିସ୍ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ନକଲି ମସଲା ଓ ମସଲା ତିଆରି ଦ୍ରବ୍ୟ ଠାବ କରାଯାଇଛି । ଦୀର୍ଘ ଦିନରୁ ଏହି ନକଲି ମସଲା କାରଖାନା ଏଠାରେ ଚାଲିଆସୁଥିବା ବେଳେ ଆଜି ଖବର ପାଇ ପୋଲିସ୍ ଚଢାଉ କରି କାରଖାନାକୁ ବନ୍ଦ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।