You are currently viewing ଗ୍ୟାସ ସିଲିଣ୍ଡର ଫାଟି ଶିକ୍ଷକ ଗୁରୁତର, ଅଳ୍ପକେ ବର୍ତ୍ତିଲେ ପରିବାର

ଗ୍ୟାସ ସିଲିଣ୍ଡର ଫାଟି ଶିକ୍ଷକ ଗୁରୁତର, ଅଳ୍ପକେ ବର୍ତ୍ତିଲେ ପରିବାର

  • Post category:ଓଡିଶା
  • Reading time:1 mins read

ଗଞ୍ଜାମ, ଗ୍ୟାସ ସିଲିଣ୍ଡର ଫାଟି ହାଇସ୍କୁଲ ଶିକ୍ଷକ ଗୁରୁତର ହୋଇଥିବା ସୂଚନା ମିଳିଛି । ଶିକ୍ଷକ ଜଣଙ୍କ ହେଉଛନ୍ତି ଗଞ୍ଜାମ ହାଇସ୍କୁଲର । ସେ ତାଙ୍କ ଭଡ଼ା ଘରେ ରୋଷେଇ କରୁଥିବା ସମୟରେ ଏଭଳି ଅଘଟଣ ଘଟିଥିଲା । ରବିନ୍ଦ୍ରଙ୍କୁ ପ୍ରଥମେ ଚିକିତ୍ସା ନିମନ୍ତେ ଛତ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରିଦିଆ ଯାଇଛି । ପ୍ରକାଶ ଥାଉକି, ଦୁର୍ଘଟଣା ସମୟରେ ଘର ବାହାରେ ସ୍ତ୍ରୀ ଓ ପିଲାମାନେ ଥିବାରୁ ସେମାନେ ଅଳ୍ପକେ ଏଥିରୁ ବର୍ତ୍ତି ଯାଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।