You are currently viewing ଥାନାରେ ବୃଦ୍ଧଙ୍କ ଧାରଣା

ଥାନାରେ ବୃଦ୍ଧଙ୍କ ଧାରଣା

  • Post category:ଓଡିଶା
  • Reading time:1 mins read

କାକଟପୁର(୩୦.୧.୨୩) : ସମାନ୍ୟ ସ୍ୱର୍ଥ ପାଇଁ ପାଲଟି ଯାଉଛି ପଶୁ । ବାପା ଯେ ତାକୁ ଦିନେ ଜନ୍ମ ଦେଇ ପାଳିପୋଷି ମଣିଷ କରିଥିଲା ସେକଥା ଭୁଲିଗଲା ପୁଅ। ଏମିତି ଗୋଟିଏ ଘଟଣା ଘଟିଛି କାକଟପୁରରେ । ମୋର ଭତ୍ତା ଟଙ୍କା ବୋହୁ ନେଇଯାଉଛି , ଭଲକରି ଖାଇବାକୁ ଦେଉନାହାନ୍ତି। ତରକାରୀରେ ପାଣି ମିସାଇ ଦେଉଛନ୍ତି । ଏହିଭଳି ଅଭିଯୋଗ ଆଣି ଦୁଇଦିନ ହେବ ଅସ୍ତରଙ୍ଗ ଥାନାକୁ ଆସି ଧାରଣାରେ ବସି ରହିଥିଲେ ଏହି ବୃଦ୍ଧ ଜଣକ। କେତେବେଳେ ପୋଲିସ ବାବୁଙ୍କୁ ନିଜର ପିଲାମାନଙ୍କ କଥା କହୁଛନ୍ତି ତ ଆଉ କେତେବେଳେ ଥାନା ବାରଣ୍ଡାରେ ଗାମୁଛା ପାରି ଶୋଇଯାଉଛନ୍ତି। ନିଜେ ଜନ୍ମ କରିଥିବା ପୁଅ ବୁଢାକାଳେ ସହାୟ ହେବ ବୋଲି ଆଶା କରିଥିଲେ ବୃଦ୍ଧ। ହେଲେ ଘରକୁ ଗଲେ ପୁଅ ବୋହୁ ମାରୁଥିବା ନେଇ ସେ ଅଭିଯୋଗ କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।