You are currently viewing ରାଜଧାନୀରେ ଖୋଲିଲା ଆଇନକ୍ସ ସିନେମା ହଲ

ରାଜଧାନୀରେ ଖୋଲିଲା ଆଇନକ୍ସ ସିନେମା ହଲ

  • Post category:ଓଡିଶା
  • Reading time:1 mins read


ଭୁବନେଶ୍ୱର,୧୮/୦୮: ରାଜଧାନୀରେ ଖୋଲିଲା ଆଇନକ୍ସ ସିନେମା ହଲ୍ ।ବୁଧବାର ଠାରୁ ବିଏମ୍‌ସି ଭବାନୀ ମଲ୍‌ରେ ଥିବା ଆଇନକ୍ସ ମଲ୍ଟିପ୍ଲେକ୍ସ ଦର୍ଶକ ପାଇଁ ଖୋଲିଥିବା ବେଳେ ଗୁରୁବାର ଠାରୁ ଡିଏନ ରେଗାଲିଆରେ ଥିବା ଆଇନକ୍ସ ସିନେମା ହଲ ଖୋଲିବ । ଓଡିଶା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ ଅନୁଯାୟୀ ସିନେମା ହଲ ଖୋଲିବ । କର୍ମଚାରୀଙ୍କ ଟିକାକରଣ ହୋଇଥିବ । ସିନେମା ଦେଖିବାକୁ ଆସୁଥିବା ଦର୍ଶକଙ୍କ ଟିକାକରଣ ପ୍ରମାଣପତ୍ର ଦେଖାଯିବ ବୋଲି ହଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତ । ହଲ ଭିତରେ ମାସ୍କ ଓ ସାମାଜିକ ଦୂରତା ଆଦି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ।ଇ-ଟିକେଟ୍ ନେଇ ଦର୍ଶକ ସିନେମା ଦେଖିପାରିବେ । ଗେଟ୍‌ଠୁ ଏବି, ଅଡିଟରିୟମ ସମସ୍ତ ସ୍ଥାନ ସାନିଟାଇଜ୍ କରାଯାଉଛି । ଛୋଟ ଗ୍ରୁପ୍ ଏବଂ ପରିବାର ପାଇଁ ବିଶେଷ ବ୍ୟବସ୍ଥା ହୋଇଛି ।ଦର୍ଶକଙ୍କୁ ଅନଲାଇନରେ ଖାଦ୍ୟ ମିଳିପାରିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।